ଶାଢ଼ୀ ପିନ୍ଧିଥିଲେ ବୋଲି ରେସ୍ତୋରାଁ ମଧ୍ୟକୁ ପ୍ରବେଶର ଅନୁମତି ମିଳିଲା ନାହିଁ ଜଣେ ମହିଳାଙ୍କୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଏହି ଘଟଣା। ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି ମହିଳା ଜଣକ ନିଜର ପୁରୁଷଷ ବନ୍ଧୁଙ୍କ ସହିତ ରେସ୍ତୋରାଁ ମଧ୍ୟକୁ ଯିବା ସମୟରେ ଏହି ଘଟଣା ଘଟିଛି। ଭିଡ଼ିଓଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ପ୍ରଥମେ ୨୦ ସେପ୍ଟେମ୍ବରରେ ସୋସିଆସ ମିଡ଼ିଆରେ ଅପଲୋଡ୍ ହୋଇଥିଲା। ସାମ୍ବାଦିକ ଅନୀତା ଚୌଧୁରୀ ଗୃହମନ୍ତ୍ରୀ, ଦିଲ୍ଲୀ ପୋଲିସ, କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ପୁରୀ ଏବଂ ମହିଳା ଆୟୋଗକୁ ଏହି ଭିଡିଓରେ ଟ୍ୟାଗ୍ କରି ଲେଖିଛନ୍ତି – ‘ଆକ୍ୱିଲା ରେସ୍ତୋରାଁରେ ଶାଢ଼ୀକୁ ଅନୁମତି ଦିଆଯାଇ ନାହିଁ। କାରଣ ଭାରତୀୟ ଶାଢୀ ବୋଧହୁଏ ସ୍ମାର୍ଟ ପୋଷାକ ନୁହେଁ। ସ୍ମାର୍ଟ ପୋଷାକର ପରିଭାଷା କ’ଣ? ଦୟାକରି ମୋତେ ସ୍ମାର୍ଟ ପୋଷାକର ସଂଜ୍ଞା କୁହନ୍ତୁ। ଯାହା ଦ୍ୱାରା ମୁଁ ଶାଢୀ ପିନ୍ଧିବା ବନ୍ଦ କରିଦେବି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0