କଟକ: କଟକ ସହରରୁ ଆଉ ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୩୨ଟି କ୍ୱାରେଣ୍ଟାଇନ୍ କେସ୍ ଥିବା ବେଳେ ୧୧ଟି ସ୍ଥାନୀୟ ସଂକ୍ରମଣ ରହିଛି । ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ସରକାରୀ କ୍ୱାରେଣ୍ଟାଇନରେ ଥିବା ବେଳେ ୨୭ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ୧୧ଜଣ ସ୍ଥାନୀୟ ସଂକ୍ରମିତ ହେଲେ ସୂତାହାଟର ୪୭ ବର୍ଷୀୟ ବ୍ୟକ୍ତି, ବକ୍ସିବଜାରର ୩୬ ବର୍ଷୀୟ ବ୍ୟକ୍ତି, ତେଲେଙ୍କା ବଜାରର ୪୭ ବର୍ଷୀୟ ବ୍ୟକ୍ତି । ସେହିପରି ମଧୂପାଟଣାରୁ ୨୩ ବର୍ଷୀୟ କରୋନା ଯୋଦ୍ଧା, ଶଗଡିଆ ସାହିରୁ ୫୦ ବର୍ଷୀୟା ମହିଳା, ସାମନ୍ତ ସାହିରୁ ୫୫ ବର୍ଷୀୟ ବୃଦ୍ଧ ବିଡାନାସୀରୁ ୩୯ ବର୍ଷୀୟା ମହିଳା, ବକ୍ସି ବଜାରର ୩୦ ବର୍ଷୀୟ କରୋନା ଯୋଦ୍ଧା, ସାମନ୍ତ ସାହିରୁ ୪୪ ବର୍ଷୀୟା ମହିଳା, ବେହେରା ସାହିର ୩୨ ବର୍ଷୀୟ ମହିଳା ଓ ମହାନଦୀ ବିହାରର ଜଣେ ୪୨ ବର୍ଷୀୟ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଛନ୍ତି ।
#COVID19 update in Cuttack city (CMC area)
Out of the 54 new COVID-19 +ve cases reported today in #Cuttack district, 43 +ve cases belong to Cuttack city (CMC area).
Another 39 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/xHwhr8WmjT
— CMC,Cuttack (@CMCCuttack) August 1, 2020
ସୂଚନାଯୋଗ୍ୟ, ଏବେସୁଦ୍ଧା କଟକ ସହରରେ ୯୪୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୭୮ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୦ ଜଣ ପ୍ରାଣ ହରାଇଛନ୍ତି ଓ ୪୬୧ଟି ସକ୍ରିୟ କେସ୍ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0