spot_img

ତିନି ଲେଡିଡନଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ

ସାଲିଆ ସାହିରୁ ତିନି ମହିଳାଙ୍କୁ ନୟାପଲ୍ଲୀ ପୁଲିସ ଗିରଫ କରିଛି । ତିନି ମହିଳା ହେଲେ ସରୋଜିନି ସାହୁ, ଅନିତା ନାୟକ ଏବଂ କବିତା ଭୂୟାଁ । ଦୁଇ ନାବାଳକଙ୍କୁ ଆଣ୍ଠେଇବା, ସର୍ବସାଧାରଣରେ ଉଠବସ କରାଇବା ସହିତ ୫ ହଜାର ଟଙ୍କା ଜୋରିମାନା କରିଥିଲେ ଏହି ତିନି ମହିଳା । ଛୋଟ ଛୋଟ ଛୁଆଙ୍କ ମଧ୍ୟରେ ଝଗଡା ହେଲେ ଏମାନେ ମିଟିଂ କରୁଥିଲେ । ଆଉ ଦୋଷୀ କିଏ ଚିହ୍ନଟ କରି ଜୋରିମାନା ଲଗାଉଥିଲେ ଏହି ଲେଡି ଡନ୍ । ସାଲିଆ ସାହି ଅଞ୍ଚଳରେ ବହୁ ଦିନ ହେବ ଆତଙ୍କ ମଚାଉ ଥିବା ସୂଚନା । ଏହି ତିନି ଜଣ ମହିଳା ଥିଲେ କଙ୍ଗାରୁକୋର୍ଟର ଲେଡି ଡନ୍ । ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଝଗଡାକୁ ନେଇ ଏହି ତିନି ଲେଡି ଡ଼ନ ମିଟିଂ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଦୋଷୀ ସାବ୍ୟସ୍ଥ କରି ଜବରଦସ୍ତ ଉକ୍ତ ପରିବାରକୁ ୫ ହଜାର ଟଙ୍କା ଜରିମାନା କରିଥିଲେ । ଜରିମାନା ଟଙ୍କା ନେଦେଲେ ଉକ୍ତ ପରିବାରକୁ ଧମକ ଦେଇଥିଲେ କି ଏକ ଘରିଆ କରିବା ପାଇଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular