ମଙ୍ଗଳ ଗ୍ରହରେ ଅଗଷ୍ଟ ୨୫ ତାରିଖ ଦିନ ମଧ୍ୟ ୪.୨ ଏବଂ ୪.୧ ତୀବ୍ରତାସମ୍ପନ୍ନ ଦୁଇଟି ଭୂମିକମ୍ପ ରେକର୍ଡ କରିଥିଲା। କିନ୍ତୁ, ତୃତୀୟ ଭୂମିକମ୍ପଟି ସବୁଠୁ ଅଧିକ ସମୟ ଧରି ଚାଲିଥିଲା। ସମ୍ପ୍ରତି ‘ଇନ୍ସାଇଟ୍’ ଅବସ୍ଥାନ କରିଥିବା ସ୍ଥାନ ଠାରୁ ପ୍ରାୟ ୧,୬୦୯ କିଲୋମିଟର୍ ଦୂର ମଙ୍ଗଳ ଗ୍ରହର ‘ସର୍ବିସର୍ ଫସି’ ଅଞ୍ଚଳରେ ପୁରାତନ କାଳରୁ କେତେଗୁଡ଼ିଏ ବଡ଼ ଧରଣର ଭୂମିକମ୍ପ ହୋଇଥିବା ଚିହ୍ନଟ ହୋଇଛି। ବିଗତ ଅଳ୍ପ କେତେ ନିୟୁତ ବର୍ଷ ପୂର୍ବେ ସେଥିରୁ ଗଳିତଧାତୁ ନିର୍ଗତ ହୋଇ ପ୍ରବାହିତ ହୋଇଥାଇ ପାରେ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ସେପ୍ଟେମ୍ବର ୧୫ ତାରିଖରେ ମଙ୍ଗଳ ଗ୍ରହରେ ସଂଘଠିତ ୪.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ କାରଣରୁ ପ୍ରାୟ ଦେଢ଼ଘଣ୍ଟାପର୍ଯ୍ୟନ୍ତ ଭୂପୃଷ୍ଠ ଥରିଥିବା କଥା ‘ନାସା’ ପ୍ରେରିତ ‘ଇନ୍ସାଇଟ୍ ଲ୍ୟାଣ୍ଡର୍’ରୁ ସୂଚନା ମିଳିଛି। ମାତ୍ର ଗୋଟିଏ ମାସ ମଧ୍ୟରେ ଏହା ଥିଲା ମଙ୍ଗଳ ଗ୍ରହରେ ‘ଇନ୍ସାଇଟ୍ ଲ୍ୟାଣ୍ଡର୍’ ରେକର୍ଡ କରିଥିବା ତୃତୀୟ ଭୂମିକମ୍ପ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0