ସେପ୍ଟେମ୍ବର ୩୦ରେ ଧାର୍ଯ୍ୟ ହୋଇଥିବା ଭବାନୀପୁର ବିଧାନସଭା ଉପନିର୍ବାଚନରେ ତାଙ୍କୁ ହିଁ ଭୋଟ ଦେବାକୁ ମମତା ବାନାର୍ଜୀ ଲୋକଙ୍କୁ ଅପିଲ କରିଛନ୍ତି। ଏକବାଲପୁରରେ ପ୍ରଥମ ନିର୍ବାଚନୀ ବୈଠକ କରି ଦିଦି କହିଛନ୍ତି ଯେ, ବର୍ଷା ହେଲେ ବି ଭୋଟ୍ ଦେବ। ଯଦି ମୁଁ ଗୋଟିଏ ବି ଭୋଟ୍ ନ ପାଏ ତେବେ ତାହା ମୋ ଉପରେ ଗଭୀର ପ୍ରଭାବ ପକାଇବ। ମୋର ବିଜୟ ନିଶ୍ଚିତ ବୋଲି ଭାବି ଘରେ ବସିଯିବ ନାହିଁ। ସେ କହିଥିଲେ ଯେ, ‘ବିଜେପି ହେଉଛି ମିଥ୍ୟାବାଦୀ ଦଳ। ସେମାନେ ପଶ୍ଚିମବଙ୍ଗବାସୀଙ୍କୁ ଦୁର୍ଗା ପୂଜା ଏବଂ କାଳୀ ପୂଜା କରିବାକୁ ଅନୁମତି ଦିଆଯିବନାହିଁ ବୋଲି କହୁଛନ୍ତି। ସମସ୍ତ ସମ୍ପ୍ରଦାୟର ଲୋକମାନେ ଏଠାରେ ନିଜ ଧର୍ମକୁ ମୁକ୍ତ ଭାବରେ ପାଳନ କରୁଥିବାବେଳେ ତ୍ରିପୁରାରେ ସରକାର ଧାରା ୧୪୪ ଲାଗୁ କରିଛନ୍ତି। ତ୍ରିପୁରା ବାସିନ୍ଦା ଦୁର୍ଗା ପୂଜା କିପରି କରିବେ? ବୋଲି’ ଦିଦି କହିଛନ୍ତି। ବର୍ଷା ହେଉଥିଲେ ବି ଭୋଟ ଦେବାକୁ ଯିବ, ମୁଁ ନଜିତିଲେ ଆଉ କିଏ ମୁଖ୍ୟମନ୍ତ୍ରୀ ହୋଇଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତୁମେ ମୋତେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛ, ତେବେ ତୁମମାନଙ୍କୁ ମୋତେ ଭୋଟ୍ ଦେବାକୁ ପଡିବ। ପ୍ରତ୍ୟେକ ଭୋଟ୍ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ମୁଁ ଜିତେ ନାହିଁ, ଆମର ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହୋଇଯିବ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0