spot_img

ସେପ୍ଟେମ୍ବର ୨୭ରେ ବନ୍ଦ ରହିବ ବ୍ୟାଙ୍କ

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତବର୍ଷଠାରୁ କୃଷକମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଆସନ୍ତା ୨୭ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ଅନୁବନ୍ଧିତ ୪୦ରୁ ଅଧିକ କୃଷକ ୟୁନିଅନ ଭାରତ ବନ୍ଦ ଡାକରା ଦେଇଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ବ୍ୟାଙ୍କ ଅଫିସର ୟୁନିଅନଗୁଡ଼ିକ ବି ବନ୍ଦରେ ସାମିଲ ହେବେ । ୟୁନିଅନଗୁଡ଼ିକ ତରଫରୁ ଏହି ଦିନ ପ୍ରତିବାଦ ଆୟୋଜନ କରାଯିବ । ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛି ଅଖିଳ ଭାରତ ବ୍ୟାଙ୍କ ଅଫିସର୍ସ ମହାସଂଘ (ଏଆଇବିଓସି) | ଏଆଇବିଓସିର ଏହି ଘୋଷଣା ପରେ ଆସନ୍ତା ୨୭ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ୨୭ ତାରିଖ ସୋମବାର ହୋଇଥିବାବେଳେ ତାହାର ପୂର୍ବ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି । ସେପ୍ଟେମ୍ବର ୨୫ ତାରିଖ ମାସର ୪ର୍ଥ ଶନିବାର ହୋଇଥିବାରୁ ଛୁଟି । ଫଳରେ ବ୍ୟାଙ୍କଗୁଡ଼ିକ ଲଗାତାର ୩ ଦିନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular