spot_img

ଆଜି ମୁହାଁମୁହିଁ ହେବେ RCB ଓ CSK

ଆଜି ଆଇପିଏଲ ମ୍ୟାଚ ଅତି ରୋମାଞ୍ଚକର ହେବାକୁ ଯାଉଛି | କାରଣ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର | ଟକ୍କର ରେ ଉଭୟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହିଲି | ପଏଣ୍ଟ ତାଲିକାରେ ଆରସିବି ତୃତିୟ ସ୍ଥାନରେ ରହିଥିବା ବେଳେ ସିଏସକେ ଦ୍ୱିତୀୟ ସ୍ଥାନରେ ରହିଛି | ଆର୍‌ସିବି ୮ ମ୍ୟାଚ୍‌ ଖେଳି ୫ ବିଜୟ ପାଇଥିଲା ବେଳେ ସିଏସ୍‌କେ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୬ ବିଜୟ ହାସଲ କରିଛି । ୟୁଏଇ ଚରଣରେ ନିଜର ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ଶୋଚନୀୟ ଭାବେ କୋଲ୍‌କାତା ନାଇଟ୍‌ ରାଇଡର୍ସ ନିକଟରୁ ହାରିଯାଇଥିଲା ବେଳେ ସିଏସ୍‌କେ ସହଜରେ ବିଜେତା ମୁମ୍ବା‌ଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଥିଲା । ତେଣୁ ଆଜିର ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular