spot_img

ଆଜି ମୋଦିଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି | ଭିଡିଓ କାନଫରେନସିଂ ମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି | ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାୟପୁର ସ୍ଥିତ ନ୍ୟାସନଲ ଇନଷ୍ଟିଚୁ୍ୟଟ ଅଫ୍ ବାୟୋଟିକ ଷ୍ଟ୍ରେସ୍ ଟଲୋରାନ୍ସର ନୂତନ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ ବୋଲି ଜଣାପଡିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍ କ୍ୟାମ୍ପସ୍ ଘୋଷଣା କରିବା ସହିତ ଚାଷୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ଏଥିରେ ୩୫ ପ୍ରକାର ନୂତନ କିସମର ଫସଲକୁ ରାଷ୍ଟ୍ର ଉଦେଶ୍ୟରେ ସମର୍ପଣ କରିବେ ପ୍ରଧାନ୍ତ୍ରୀମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇ.ସି.ଏ.ଆର ଉନ୍ନତ ଜ୍ଞାନକୌଶଳକୁ ନେଇ ୩୫ଟି ଫସଲର ଏହି ନୂଆ କିସମକୁ ବିକଶିତ କରାଯାଇଛି । ଯାହା ଜଳବାୟୂ ପରିବର୍ତ୍ତନ ଏବଂ ପୃଷ୍ଟିହୀନତା ସହ ଲଢିବାର କ୍ଷମତା ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular