ପଞ୍ଜାବ କଂଗ୍ରେସରେ ଏବେ ହଟ୍ଟଗୋଳ ଦେଖା ଦେଇଛି | ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିବା ବେଳେ ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ । ମାତ୍ର ୨ ମାସ ପୂର୍ବରୁ ହିଁ ପଞ୍ଜାବ କଂଗ୍ରେସର ସଭାପତି ହୋଇଥିଲେ ସିଦ୍ଧୁ । ତେବେ ସିଦ୍ଧୁ ଇସ୍ତଫା ଦେବା ପରେ କିଏ ଧରିବେ ପଞ୍ଜାବ ମଙ୍ଗ ? ଜୁଲାଇ ୧୮ ତାରିଖରେ ପିସିସି ସଭାପତି ହୋଇଥିବା ସିଦ୍ଧୁ ବର୍ତ୍ତମାନ ହଠାତ ଇସ୍ତଫା ଦେବା ଘଟଣା ସହଜରେ ହଜମ ହେଉନାହିଁ । ସେ ଆଜି ସୋନିଆ ଗାନ୍ଧୀଙ୍କୁ ଭେଟି ଇସ୍ତଫା ଦେଇଛନ୍ତି | ତେବେ ମୁଖ୍ୟମନ୍ତ୍ରୀ ପଦ ନମିଳିବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0