କୋରାପୁଟ ଜିଲ୍ଲା ବୈପାରିଗୁଡା ବିଜେପି ପକ୍ଷରୁ କେନ୍ଦୁଗୁଡ଼ା ପଞ୍ଚାୟତର ଭାତଡଙ୍ଗର ଶିବ ମନ୍ଦିର ଠାରେଭାରତୀୟ ଜନତା ପାର୍ଟି ର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକ କେନ୍ଦୁଗୁଡ଼ା ପଞ୍ଚାୟତର ସଭାପତି ରଘୁନାଥ ପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ବ୍ଲକ ବିଜେପି ସଭାପତି ଉମେଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ସାଧାରଣ ସମ୍ପାଦକ ଚକ୍ର ବୈରାଗୀ, ବ୍ଲକ ଆଦିବାସୀ ମୋର୍ଚ୍ଚା ସଭାପତି ଧନପତି ନାୟକ, ବ୍ଲକ ବିଜେପି ସମ୍ପାଦକ ମକର ମାଳୀ ପ୍ରମୁଖ ଯୋଗ ଦେଇ ଦଳର ନିତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ଆୟୋଜିତ କାର୍ୟ୍ୟକାରିଣୀ ବୈଠକରେ କେନ୍ଦୁଗୁଡ଼ା ପଞ୍ଚାୟତର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ରେ ଯୋଗ ଦାନ କରିଥିଲେ ।ଉକ୍ତ ବୈଠକରେ ପାନୀୟଜଳ ସମସ୍ୟା, ରାସ୍ତାଘାଟ ନିର୍ମାଣରେ ବ୍ୟାପକ ଦୁର୍ନୀତି, ଟ୍ରାଫିକ ସମସ୍ୟା, ସହରର ଛକଗୁଡିକ ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିବା ସଂପର୍କରେ ଆଲୋଚନା କରାଯାଇଥିଲା ।ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଏହି ବୈଠକ କରାଯାଇଥିବା ଜଣାପଡିଛି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0