ହିଞ୍ଜିଳିକାଟୁ ମାର୍କେଟ ଆସୋସିଏସନର ପୂର୍ବତନ ସଭାପତିଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ।।ଆଜି ହିଞ୍ଜିଳିକାଟୁ ମାର୍କେଟ ଆସୋସିସନ୍ ର ଶତାଧିକ ବ୍ୟବସାୟୀ ଥାନାରେ ପହଞ୍ଚି ସେମାନଙ୍କ ପୂର୍ବ ତନ ସଭାପତି ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ ନାମରେ ଲିଖିତ ଅଭିଯୋଗ କରିଥିଲେ । ୨୦୧୮ ମସିହାରୁ ପ୍ରାୟ ୩୫ ଜଣ ବ୍ୟବସାୟୀ ଙ୍କ ଠାରୁ ୩୦ ହଜାର ଟଙ୍କା ନେଇ ଏନ ଏ.ସି. ରେ ଘର କରାଇ ଦେବି କହି ଘର ଦେଉନାହାନ୍ତି କି ଟଙ୍କା ଫେରସ୍ତ କରୁନାହାନ୍ତି ବୋଲି ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ଉକ୍ତ ଘଟଣାର ଉଚିତ୍ ତଦନ୍ତ କରି ନ୍ୟାୟ ଦେବା ସକାଶେ ବ୍ୟବସାୟୀ ମାନେ ଥାନା ରେ ଗୁହାରି କରିଛନ୍ତି । ଯଦି ଆଗାମୀ ଦିନରେ ଏହି ଘଟଣା ର ଉଚିତ୍ ପଦକ୍ଷେପ ନ ନିଆଯାଏ ତାହେଲେ ବ୍ୟବସାୟୀ ମାନେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0