spot_img

ଆସନ୍ତା ୩ରେ ରାଜ୍ୟରେ ପ୍ରବଳ ବର୍ଷା…ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଦୀର୍ଘ କିଛି ଦିନ ଧରି ପାଗ ଶୁଖିଲା ରହିବା ପରେ ଦକ୍ଷିଣ-ପଶ୍ଚିମ ବାୟୁ ସକ୍ରିୟ ହେବାକୁ ଯାଉଛି । ୪ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ, ମୈାସୁମୀ ଟ୍ରାଫ ଉତ୍ତରରୁ ଦକ୍ଷିଣ ଦିଗକୁ ମୁହାଁଉଛି । ଫଳରେ ରାଜ୍ୟରେ ମୈାସୁମୀ ବାୟୁ ସକ୍ରିୟ ହେଉଛି । ରାଜ୍ୟରେ ୩ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଅନ୍ୟପଟେ ଆସନ୍ତା ୪ ତାରିଖ ଓଡିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୩ତାରିଖରେ ବର୍ଷାର ପରିମାଣ ବଢିବ । ଆସନ୍ତାକାଲିଠାରୁ ଅଧିକାଂଶ ଜିଲ୍ଲା ଯେଉଁଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସେସବୁ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, ମାଲକାନଗିରି, କେରାପୁଟ, ରାୟଗଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ, ବୈାଦ୍ଧ ଜିଲ୍ଲାରେ ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, କଟକ, ଅନୁଗୁଳ, ଢେଙ୍କାନାଳ, ଗଂଜାମ, ଗଜପତି, ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ ମଧ୍ୟମଧରଣର ବର୍ଷା ହୋଇପାରେ । ଆସନ୍ତା ୪ ତାରିଖରେ କେରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାାଳ, ମାଲକାନଗିରି, ରାୟଗଡା, ପୁରୀ, ଗଞ୍ଜାମ, ବୈାଦ୍ଧ, ସମ୍ବଲପୁର, ବଲାଙ୍ଗୀର ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୪ ଓ୫ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବାର ସମ୍ଭାବନା ଥିବାରୁ ଏହି ସମୟରେ ମସôଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ମାଛ ଧରିବାକୁ ନ ଯିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular