ଉତ୍ତର ପ୍ରଦେଶରେ ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ସାରା ଦେଶରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜନୀତିକ ଦଳ ଚାଷୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରବିବାର ଘଟିଥିବା ହିଂସାକାଣ୍ଡରେ ୪ ଜଣ ଚାଷୀଙ୍କ ସମେତ ମୋଟ ୯ ଜଣଙ୍କ ମୃତ୍ୟୁ ଘଟିଛି। ୟୁପିରେ ଏପରି ହିଂସାକାଣ୍ଡ ଘଟିଥିବାରୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ ବୟାନ ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ୟୁପି ହେଉଛି ନୂଆ ଜମ୍ମୁ-କଶ୍ମୀର।” ଜମ୍ମୁ-କଶ୍ମୀରରେ ଯେଉଁଭଳି ଲୋକଙ୍କ ସ୍ୱରକୁ ଚାପି ଦିଆଯାଉଛି, ୟୁପିରେ ବର୍ତ୍ତମାନ ସେହି ଟ୍ରେଣ୍ଡ ଆରମ୍ଭ ହୋଇଥିବା ଓମାର ପରୋକ୍ଷରେ କହିବାକୁ ଚେଷ୍ଟା କରିଛନ୍ତି। ଏହାପୂର୍ବରୁ ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ୟୁପି ହିଂସାକୁ ନେଇ ଭାରତ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ “ଯେଉଁଠି ବି ମାନବାଧିକାର ଓ ସମ୍ମାନହାନୀ କଥା ଉଠୁଛି, ସେଠାରେ ଭାରତ ସରକାର ତୁରନ୍ତ ୧୪୪ ଧାରା ଲାଗୁ କରି ଦେଉଛନ୍ତି। ଏ ସରକାର ନିଜ ଲୋକଙ୍କ ଉପରେ ଲୁହା ରଡ ମାଡ଼ କରିବାକୁ ଆଦୌ ପଛାଉ ନାହାନ୍ତି। କିନ୍ତୁ ଚାଇନିଜ ଟ୍ରୁପ୍ସକୁ ଖୋଲା ବାହୁରେ ସ୍ୱାଗତ କରୁଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0