ଭାରତରେ କୋଭିଡ-୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ନେଇ କେନ୍ଦ୍ରର ଯୋଜନାକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ଜଷ୍ଟିସ ଏମଆର ଶାହା ସୋମବାର ଶୁଣାଣି ସମୟରେ କହିଛନ୍ତି ଯେ ରାଜ୍ୟ ସରକାରମାନେ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବେ। କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକେ ୫୦ ହଜାର ଟଙ୍କାର କ୍ଷତିପୂରଣ ପାଇବେ। “କୌଣସି ରାଜ୍ୟ ମୃତ୍ୟୁ ପ୍ରମାଣପତ୍ରର ଆଳ ଦେଖାଇ କାହାକୁ ବି ୫୦ ହଜାର ଟଙ୍କା ଦେବାକୁ ମନା କରିପାରିବେ ନାହିଁ। ମୃତ୍ୟୁର କାରଣ ରହୁଥିବା ତ୍ରୁଟି ସୁଧାରିବା ପାଇଁ ଜିଲ୍ଲା କର୍ତ୍ତୃପକ୍ଷ ପ୍ରତିକାର ବ୍ୟବସ୍ଥା କରିବେ। କୋଭିଡ-୧୯ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0