‘ପାଣ୍ଡୋରା ପେପର୍ସ ଲିକ୍’ ରୂପେ ଜଣାଶୁଣା ଆର୍ଥିକ ରେକର୍ଡ ଅପ୍ରତ୍ୟାଶିତ ଭାବେ ‘ଲିକ୍’ ହୋଇଯିବାରୁ ଏସିଆ ଏବଂ ମଧ୍ୟ ପ୍ରାଚ୍ୟରୁ ଆରମ୍ଭ କରି ଲାଟିନ୍ ଆମେରିକା ପର୍ଯ୍ୟନ୍ତ ବହୁ ସାମ୍ପ୍ରତିକ ଏବଂ ପୂର୍ବତନ ବିଶ୍ୱ ନେତୃବୃନ୍ଦଙ୍କର ବିଦେଶରେ ଥିବା ସମ୍ପତ୍ତି ତଥ୍ୟାବଳୀ ପ୍ରଘଟ ହୋଇଯାଇଛି। ବିଶ୍ୱର ୩୩୦ରୁ ଅଧିକ ସମ୍ପ୍ରତିକ ତଥା ପୂର୍ବତନ ରାଜନେତାମାନେ ଏହି ସବୁ ଗୁପ୍ତ ଆକାଉଣ୍ଟ୍ର ହିତାଧିକାରୀ ବୋଲି ସେଥିରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜୋର୍ଡାନ୍ର ରାଜା ଦ୍ୱିତୀୟ ଅବ୍ଦୁଲ୍ଲା, ଇଂଲଣ୍ଡ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍, ଚେକ୍ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ଅନ୍ଦ୍ରେଜ୍ ବାବିସ୍, କେନୀୟ ରାଷ୍ଟ୍ରପତି ଉହୁରୁ କେନ୍ୟାତ୍ତା, ଇକ୍ୱାଡର୍ର ରାଷ୍ଟ୍ରପତି ଗିଲେର୍ମୋ ଲାସୋ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏବଂ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହକାରୀ। ‘ଦି ଇଣ୍ଟର୍ନ୍ୟାସ୍ନାଲ୍ କନ୍ଷ୍ଟୋରିୟମ୍ ଅଫ୍ ଇନ୍ଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ୍ସ୍’ ୧୪ଟି ପୃଥକ୍ ଆଇନଗତ ଏବଂ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନିରୁ ପାଇଥିବା ୧୧.୯ ନିୟୁତ ଗୁପ୍ତ ଦଲିଲ୍ ଉପରୋକ୍ତ ତଥ୍ୟ ମିଳିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0