spot_img

ଧୋନିଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଝିଅ

ବାପା ଧୋନିଙ୍କ ପାଇଁ ଠାକୁରଙ୍କୁ ଡାକିଲେ ଝିଅ ଜିଭା। ହାତ ଯୋଡି କଲେ ପ୍ରାର୍ଥନା। ମାହି ଏବଂ ତାଙ୍କ ଟିମ୍‌କୁ ଜିତାଇବା ପାଇଁ ପ୍ରାର୍ଥନା କରିଥିଲେ ଜିଭା। ହେଲେ କିଛି ଲାଭ ହେଲା ନାହିଁ। କୁନି ଝିଅର ପ୍ରାର୍ଥନା ଶୁଣିଲେନି ଠାକୁର। ଶେଷରେ ଧୋନିଙ୍କ ଟିମ୍‌ ହାରିଗଲା। ହେଲେ ବାପାଙ୍କ ପାଇଁ ପ୍ରାର୍ଥନା କାରିବା ବେଳେ ଜିଭାଙ୍କ ଫଟୋ କିନ୍ତୁ ସମସ୍ତଙ୍କ ମନ ଜିତି ନେଲା। ୫ ବର୍ଷୀୟ ଜିଭା ଧୋନି ଦୁବାଇ ଷ୍ଟାଡିଅମର ଭିଜିଟର୍ସ ଗ୍ୟାଲେରୀରେ ମା’ ସାଖି ଧୋନିଙ୍କ କୋଳରେ ବସି ହାତ ଜୋଡି, ମୁଣ୍ଡ ନୁଆଁଇ, ଆଖି ବନ୍ଦ କରି ପ୍ରାର୍ଥନା କରିଥିଲେ। ଅନେକ ଲୋକେ ଜିଭାଙ୍କୁ ଏଭଳି ପ୍ରାର୍ଥନା କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଏସ୍‌କେ ଟିମ୍‌ର ବିଜୟ ପାଇଁ ଠାକୁରଙ୍କୁ ଡାକୁଥିଲେ ଜିଭା। କିନ୍ତୁ ଶେଷ ମୁହୂର୍ତ୍ତରେ ଗୋଟିଏ ଝଟ୍‌କାରେ ହାରି ଯଇଥିଲା ଧୋନିଙ୍କ ଟିମ୍‌। କିନ୍ତୁ ଜିଭା ଧୋନିଙ୍କ ଏହି କ୍ୟୁଟ ଫଟୋ ସମସ୍ତଙ୍କୁ ମତୁଆଲା କରିଥିଲା। ଜିଭାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜିଭାଙ୍କ ଫଟୋ ଶେୟାର କରି ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ୟୁଜର୍ସମାନେ ଜିଭାର ଏହି ଫଟୋକୁ ବେଶ ପସନ୍ଦ କରୁଛନ୍ତି। ଫଟୋକୁ ଶେଆର କିଛି ୟୁଜର୍ସ ‘ଏହା ଦିନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ’ ବୋଲି ବର୍ଣ୍ଣନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular