ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ ଯୋଗ ଦେଇଛନ୍ତି। ନୂତନ ଅଧ୍ୟକ୍ଷ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ ଦାୟିତ୍ବ ଗ୍ରହଣ କରିବା ପରେ କହିଛନ୍ତି, ଭାରତର ଦ୍ଵିତୀୟ ମେଜର ପୋର୍ଟର ମାନ୍ୟତା ପାଇଥିବା ପାରାଦୀପ ବନ୍ଦର ପଣ୍ୟ କାରବାରରେ ମହତ୍ୱପୂର୍ଣ୍ଣ ଭୂମିକା ନେଉଛି। ପାରାଦୀପରେ ପହଞ୍ଚିବା ପରେ ପ୍ରଥମେ ଜଗନ୍ନାଥ ମନ୍ଦିର ଯାଇ ଆଶୀର୍ବାଦ ନେବା ପରେ ବନ୍ଦର ପ୍ରଶାସନିକ କାର୍ଯ୍ୟାଳୟରେ ବନ୍ଦର ପକ୍ଷରୁ ତାଙ୍କୁ ସ୍ବାଗତ କରାଯିବା ସହିତ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା। ପରେ ବନ୍ଦର କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ବନ୍ଦରର ଅଧ୍ୟକ୍ଷ ଭାବେ ଯୋଗ ଦେଇ ମୁଁ ଗର୍ବିତ, ମୋତେ ଯେଉଁ ଦାୟିତ୍ବ ଦିଆଯାଇଛି, ତାହାକୁ ସାକାର କରିବା ସହିତ ପାରାଦ୍ଵୀପ ବନ୍ଦରକୁ ଏକ ନମ୍ବର ମେଜର ପୋର୍ଟ କରିବା ପାଇଁ ପ୍ରୟାସ କରିବି । ବନ୍ଦରରେ ଦକ୍ଷ କର୍ମଚାରୀ ରହିଛନ୍ତି। ବହୁ ନୂତନ ପ୍ରୋଜେକ୍ଟର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0