ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି। କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି। ଓଡ଼ିଶାରୁ ଏହି କମିଟିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସ୍ଥାନ ପାଇଛନ୍ତି। ସେହିପରି ବୈଜୟନ୍ତ ପଣ୍ଡା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ପୁନର୍ବାର ନିଯୁକ୍ତ ହୋଇଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁନର୍ବାର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାଂସଦ ବସନ୍ତ ପଣ୍ଡା ସାମିଲ ହୋଇଥିବା ବେଳେ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ସମୀର ମହାନ୍ତି, ପ୍ରଦୀପ୍ତ ନାଏକ ଓ ମାନସ ମହାନ୍ତି ଅଛନ୍ତି। ୮୦ ଜଣ ନିୟମିତ ସଦସ୍ୟଙ୍କ ଜାତୀୟ କାର୍ଯ୍ୟକାରିଣୀରେ ୫୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ୧୭୯ ଜଣ ସ୍ଥାୟୀ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0