ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ ପ୍ୟାଡ଼ରୁ ଆଜି ପରୀକ୍ଷା କରାଯାଇଛି ସବ୍-ସୋନିକ୍ କ୍ରୁଜ୍ ମିସାଇଲ ନିର୍ଭୟ। ପୂର୍ବରୁ ଏହି କ୍ଷେପଣାସ୍ତ୍ରରେ ରକେଟ୍ ଇଞ୍ଜିନ୍ ବ୍ୟବହାର କରାଯାଉଥିବାବେଳେ ଆଜିର ପରୀକ୍ଷାରେ ଏଥିରେ ଇଣ୍ଡିଜିନିୟସ୍ ସର୍ଟ ଟୋର୍ବୋଫ୍ୟାନ୍ ବା ମାନିକ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହା ଫଳରେ ମିସାଇଲର ଓଜନ ହାଲୁକା ହେବା ସହିତ ଏହାର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି ହୋଇପାରିବ ବୋଲି କୁହାଯାଉଛି । ମଧ୍ୟାହ୍ନ ୨ଟା ୨୫ ମିନିଟ୍ ସମୟରେ ଏହି କ୍ଷେପଣାସ୍ତ୍ରକୁ ଡ଼େଭଲପ୍ମେଣ୍ଟ ପରୀକ୍ଷା କରାଯାଇଛି । ତଥ୍ୟ ସଂଗ୍ରହ ପାଇଁ ଖଞ୍ଜା ଯାଇଥିବା ରାଡ଼ାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ନିର୍ଭୟ ମିସାଇଲକୁ ଆଜି ୭୫୦ରୁ ୧ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତାରେ ପରୀକ୍ଷା କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0