spot_img

ପିଏସଏ ଅକ୍ସିଜେନ ପ୍ଲାଣ୍ଟକୁ ଦେଶକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠି ଅଧୀନରେ ପ୍ରତିଷ୍ଠା କରାଯାଇଥିବା ୩୫ଟି ପ୍ରେସର ସ୍ବିଙ୍ଗ ଆଡସୋର୍ପସନ (ପିଏସଏ) ଅକ୍ସିଜେନ ପ୍ଲାଣ୍ଟ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଆଜି ଉତ୍ତରାଖଣ୍ଡର ରିଷିକେଶସ୍ଥିତ ଏମ୍ସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପ୍ଲାଣ୍ଟଗୁଡ଼ିକୁ ୩୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ସମର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ। ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଆଜିଠାରୁ ଆରମ୍ଭ ହେଉଥିବା ନବରାତ୍ରୀ ପର୍ବ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ମା’ ଶୈଳପୁତ୍ରୀଙ୍କୁ ନବରାତ୍ରୀର ପ୍ରଥମ ଦିନରେ ପୂଜା କରାଯାଇଥାଏ। ଶୈଳପୁତ୍ରୀ ପର୍ବତରାଜ ହିମାଳୟଙ୍କ ପୁତ୍ରୀ। ‘ଆଜି ମୁଁ ଏଠାକୁ ଆସି, ହିମାଳୟର ପବିତ୍ର ଭୂମିରେ, ଏହି ମାଟିକୁ ପ୍ରଣାମ କରୁଛି, ଜୀବନରେ ଏହାଠାରୁ ବଡ଼ ଆଶୀର୍ବାଦ ଆଉ କ’ଣ ହୋଇପାରେ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜିର ତାରିଖ ତାଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦ ବର୍ଷ ପୂର୍ବରୁ ଆଜିର ଦିନରେ ସେ ଜନସେବା କରିବାର ଦାୟିତ୍ବ ପାଇଥିଲେ। ସେ ଆହୁରି କହିଥିଲେ ଯେ, ଲୋକମାନଙ୍କୁ ସେବା କରିବାର ଏହି ଯାତ୍ରା, ଲୋକମାନଙ୍କ ମଧ୍ୟରେ ରହିବାର ଏହି ଯାତ୍ରା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲି ଆସିଛି। କିନ୍ତୁ ୨୦ ବର୍ଷ ପୂର୍ବରୁ ଆଜିର ଦିନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ବ ମିଳିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular