ଚଳିତ ବର୍ଷ ରାଜ୍ୟ ପ୍ରଶାସନିକ ସେବା,୨୦୧୯ର ପରିକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି ବାଣପୁର ବ୍ଲକ “ଭେଟେଶ୍ବର ପଂଚାୟତ, ଭାପୁର ଗ୍ରାମର ଝିଅ ସଂଗୀତା । ନିଜ ସଫଳତା ପାଇଁ ସର୍ବ ପ୍ରଥମେ ଜଗତରନାଥ ଜଗନ୍ନାଥଙ୍କୁ ସମସ୍ତ ଶ୍ରେୟ ଦେବା ସହ, ବାପା ,ମା ଓ ପରିବାରଙ୍କ ଦୃଢ ବିଶ୍ବାସ ନିଜର ପ୍ରଶିକ୍ଷକ ମାନଙ୍କ ଉତ୍ତମ ଶିକ୍ଷାଦାନ ଓ ବନ୍ଧୁମାନଙ୍କ ଦୃଢ ବିଶ୍ବାସ ତଥା ମନୋବଳ, ସର୍ବପରୀ ଅଂଚଳ ବାସୀଙ୍କ ସ୍ନେହ ଓ ଆଶିର୍ବାଦ ଯୋଗୁଁ ମୁ ଏ ସଫଳତା ପାଇପାରିଛି ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ସଂଗୀତା । ନିଷ୍ଠାର ସହ ଅଧ୍ୟୟନର ଫଳ ଆଜି ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି। ଅଂଚଳର ଯେ କେହିବି ମୋର ଶୁଭାକାଂକ୍ଷି ଅଛନ୍ତି ସେମାନଙ୍କୁ ମୋର ହୃଦୟରୁ ସମ୍ମାନ ଜ୍ଞାପନ କରୁଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0