spot_img

ରାସ୍ତା ପାଲଟିଛି ମରଣଯନ୍ତା

କେନ୍ଦ୍ର ସରକାର ଙ୍କ ତରଫରୁ ଗ୍ରାମାଞ୍ଚଳ ଲୋକ ମାନେ ଗମନା ଗମନି କରିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ କଂକ୍ରିଟ ରାସ୍ତା, ପିଚୁରାସ୍ତା, ପୋଲ ନିର୍ମାଣ ପାଇଁ କୋଟି କୋଟିଖର୍ଚ୍ଚ କରୁଛନ୍ତି । ରାସ୍ତା ନିର୍ମାଣ କାର‌୍ୟ୍ୟ ଶେଷ ହେଲା ପରେ ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ରାସ୍ତାର ରକ୍ଷଣ ବେକ୍ଷଣ ବାବଦକୁ ଅର୍ଥ ରହିଥାଏ, ଏହି ଅର୍ଥ କୁ ପ୍ରତେକ ବର୍ଷ ରାସ୍ତା ର ଉଭୟ ପାର୍ଶ୍ୱ ରେ ଘାସ ଗାଲିଚା, ମାଟି ଉଭୟ ପାର୍ଶ୍ୱରେ ସୋଲିଙ୍ଗୀ କରିବା, ରାସ୍ତା ଉପରେ ସୃଷ୍ଟି ହୋଇ ଥିବା ଗର୍ତ୍ତ ଓ ଫାଟ ମରାମତି କରିବାସହିତ ରାସ୍ତାରେ ପୋତା ଯାଇଥିବା ଖୁଣ୍ଟ ଗୁଡିକ ମରାମତି କରିବା ପାଇଁ ରହିଥିଲେ ମଧ୍ୟ ସଠିକ ଭାବରେ ବିନିଯୋଗ ହୋଇ ପାରୁନାହିଁ । ରାସ୍ତାଗୁଡିକ ନଷ୍ଟ ହେବାକୁ ବସିଲାଣି, ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ । କିଶୋର ପ୍ରସାଦ ଗ୍ରାମ ପଂଚାୟତ ପାଣ୍ଡରାସିଙ୍ଗା ଠାରୁ ପତୁରିଆ ପର‌୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଟି ମରଣଯନ୍ତା ପାଲିଟିଛି, ଏହି ରାସ୍ତା ଦେଇ ଗୋକୁଳାନନ୍ଦ ପୀଠ କୁ ପଯ୍ୟଟନ ମାନେ ଯିବା ଆସିବା କରିବା ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଗାଡି ମଟର ଯିବା ଆସିବା କରିପାରୁନାହିଁ

LEAVE A REPLY

Please enter your comment!
Please enter your name here

- Advertisment -

Most Popular