ଅର୍ଥନୀତିରେ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ, ଗୁଇଡୋ ଡବ୍ଲ୍ୟୁ ଇମ୍ବେନ୍ସଙ୍କୁ ମିଳିତ ଭାବେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ସ୍ୱିଡେନ ଏକାଡେମୀ ଏକ ବିବୃତ୍ତିରେ କହିଛି ଯେ “ଚଳିତ ବର୍ଷର ଡେଭିଡ କାର୍ଡ, ଜୋଶୁଆ ଆଙ୍ଗ୍ରିଷ୍ଟ ଏବଂ ଗୁଇଡୋ ଇମ୍ବେନ୍ସ ଆମକୁ ଶ୍ରମ ଅର୍ଥନୀତି ବିଷୟରେ ନୂତନ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ପ୍ରାକୃତିକ ପରୀକ୍ଷଣରୁ କାରଣ ଏବଂ ପ୍ରଭାବ ବିଷୟରେ କ’ଣ ସିଦ୍ଧାନ୍ତ ନିଆଯାଇପାରିବ ତାହା ଦର୍ଶାଇଛନ୍ତି। ସେମାନଙ୍କର ଆଭିମୁଖ୍ୟ ଅନ୍ୟ କ୍ଷେତ୍ରକୁ ବ୍ୟାପିଛି ଏବଂ ପରୀକ୍ଷାମୂଳକ ଅନୁସନ୍ଧାନରେ ବିପ୍ଳବ ଆଣିଛି।” ନୋବେଲ କମିଟି ଡେଭିଡ କାର୍ଡଙ୍କୁ ଶ୍ରମ ଅର୍ଥନୀତିରେ ତାଙ୍କର ପରୀକ୍ଷାମୂଳକ ଅବଦାନ ପାଇଁ ଏବଂ ଜୋଶୁଆ ଡି ଆଙ୍ଗ୍ରିଷ୍ଟ ଏବଂ ଗାଇଡୋ ଡବ୍ଲୁ ଇମ୍ବେନ୍ସଙ୍କୁ କାରଣ ସମ୍ବନ୍ଧୀୟ ବିଶ୍ଳେଷଣରେ ପଦ୍ଧତିଗତ ଅବଦାନ ପାଇଁ ନୋବେଲ ପୁରସ୍କାର ପାଇବେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0