ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ। ଏନେଇ କୋର୍ଟ ଅନୁମତି ଦେଇଛନ୍ତି। ଏନେଇ ସର୍ତ୍ତ ଜାରି କରାଯାଇଛି। ଆଶିଷ ମିଶ୍ରାଙ୍କୁ ରିମାଣ୍ଡ ନେଇ ପୁଲିସ ଆବେଦନ କରିଥିବା ବେଳେ ଆଶିଷଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ ଆଶିଷଙ୍କୁ ପୁଲିସ ହେପାଜତକୁ ନେବା ପରେ ତାଙ୍କୁ ୧୨ ଘଣ୍ଟା ଧରି ଜେରା କରିଥିଲା। ଏଥିରେ ପୁଲିସକୁ ଅଶିଷ ସମସ୍ତ ପ୍ରକାର ସହଯୋଗ କରିଥିଲେ। ତେଣୁ ରିମାଣ୍ଡର କଣ ଆବଶ୍ୟକତା ରହିଛି ବୋଲି ଆଶିଷଙ୍କ ଓକିଲ ପ୍ରଶ୍ନ କରିଥିଲେ । ସେହିପରି ଆଶିଷଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ ବୋଲି କହିଥିଲେ ତାଙ୍କ ଓକିଲ। ଆଶିଷ ମିଶ୍ରାଙ୍କୁ ଅକ୍ଟୋବର ୧୨ ତାରିଖ ଦିନ ୧୦ଟାରୁ ଅକ୍ଟୋବର ୧୫ ତାରିଖ ଦିନ ୧୦ ଟା ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ନେଇପାରିବ ବୋଲି କୁହାଯାଇଛି। ଶୁଣାଣି ବେଳେ ସରକାରୀ ଓ ଆଶିଷଙ୍କ ଓକିଲ ମଧ୍ୟରେ ଘମାଘୋଟ ଯୁକ୍ତିତର୍କ ହୋଇଥିଲା। ସରକାରୀ ଓକିଲ ଆଶିଷଙ୍କୁ ପୁଲିସ୍ ୧୪ ଦିନ ରିମାଣ୍ଡରେ ନେଇ ଗାଡ଼ି ମଡ଼ାଇବା ଘଟଣା ପଛରେ ହୋଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ଚାହୁଁଥିବା କହିଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0