ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ ୟେଦ୍ଦ୍ୟୁରପ୍ପାଙ୍କ ଅଡ଼ୁଆ ବଢ଼ିଛି। ଆୟକର ବିଭାଗ କିଛି ଦିନ ହେଲା ବେଙ୍ଗାଲୁରୁ ଓ ଅନ୍ୟାନ୍ୟ ସ୍ଥାନରେ କରୁଥିବା ଚଢ଼ଉ ବେଳେ ସାଂଘାତିକ ତଥ୍ୟ ହାସଲ କରିଛି। ୟେଦ୍ଦ୍ୟୁରପ୍ପା ଓ ବିରୋଧୀ ଦଳ ନେତା ସିଦ୍ଧରମୈୟା ନିକଟରେ ମହୀଶୂରରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ସେମାନେ କର୍ଣ୍ଣାଟକାରେ ବିଜେପିକୁ ଦୁର୍ବଳ କରିବାକୁ କଥା ହୋଇଥିଲେ। ଏଥିପାଇଁ ୟେଦ୍ଦ୍ୟୁରପ୍ପାଙ୍କୁ ଚେକମେଟ କରିବାକୁ ବିଜେପି ଆଇଟି ବିଭାଗର ସହାୟତା ନେଇଛି। ଫଳରେ ଆୟକର ବିଭାଗ ୟେଦ୍ଦ୍ୟୁରପ୍ପାଙ୍କ ଘନିଷ୍ଠ ସହଯୋଗୀଙ୍କୁ ଟାର୍ଗେଟ କରୁଛି। ବିଜେପି ୟେଦ୍ଦ୍ୟୁରପ୍ପାଙ୍କ ଉପରେ ନିଜର ହୁକୁମାତି ଜାହିର କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଥିଲେ। ରେଡ୍ ବେଳେ ୟେଦ୍ଦ୍ୟୁରପ୍ପାଙ୍କ ସହଯୋଗୀ ବିଆର ରେମଶ ଓ ଅନ୍ୟମାନଙ୍କ ପାଖରୁ ବିପୁଳ ପରିମାଣର ଅଘୋଷିତ ସମ୍ପତ୍ତି ଠାବ ହୋଇଛି | ଚଢ଼ଉ ଓ ଜବତ ବେଳେ ୭୫୦ କୋଟି ଟଙ୍କାର ସମ୍ପତ୍ତି ସମ୍ପର୍କରେ ଆୟକର ବିଭାଗ ସୁରାଗ ପାଇଛି। ଏହା ମଧ୍ୟରେ ପ୍ରାୟ ୪୮୭ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ରହିଛି। ଆୟକର ବିଭାଗ ଅକ୍ଟୋବର ୭ରୁ ରେଡ ଆରମ୍ଭ କରିଥିଲା। ୪ଟି ରାଜ୍ୟର ୪୭ଟି ସ୍ଥାନରେ ଚଢ଼ଉ କରାଯିବା ପରେ ଏପରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0