ଧୀରେ ଧୀରେ ବିଷାକ୍ତ ହେଉଛି ବାୟୁ। ବଢ଼ୁଛି ପ୍ରଦୂଷଣ। ବିଗିଡିବାରେ ଲାଗିଛି ସ୍ଥିତି। ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀ ବ୍ୟତୀତ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସହରରେ ପ୍ରଦୂଷଣ ଉଦ୍ବେଗଜନକ ସ୍ତରରେ ପହଞ୍ଚିଛି। ଦେଶର ୧୦ଟି ପ୍ରଦୂଷିତ ସହର ମଧ୍ୟରୁ ପାଞ୍ଚଟି ହରିୟାଣାର ଏବଂ ତିନୋଟି ଉତ୍ତରପ୍ରଦେଶର ଅଛି। ଏଥିସହ ରାଜସ୍ଥାନର ଏକ ସହର ତଥା ଦେଶର ରାଜଧାନୀ ଦିଲ୍ଲୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବାଗପାତରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଏବଂ ଏଠାରେ AQI ସ୍ତର ୪୦୬ ରେ ପହଞ୍ଚିଛି। ପ୍ରଦୂଷଣ ଦୃଷ୍ଟିରୁ ଏହା ସବୁଠାରୁ ଗୁରୁତର ଅବସ୍ଥା ବୋଲି କୁହାଯାଏ। ବାୟୁ ଗୁଣବତ୍ତା ସୂଚକାଙ୍କରେ ପ୍ରଦୂଷଣ ସ୍ତର ୦-୫୦ ରହିଲେ ସର୍ବୋତ୍ତମ ବୋଲି କୁହାଯାଏ। ସେହିପରି ୫୧-୧୦୦ ରହିଲେ ସନ୍ତୋଷଜନକ, ୧୦୧-୨୦୦ ରହିଲେ ମଧ୍ୟମ, ୨୦୧-୩୦୦ ରହିଲେ ଖରାପ, ୩୦୧-୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୦-୫୦୦ ଅତ୍ୟନ୍ତ ଗୁରୁତର ବୋଲି ଧରାଯାଏ। ବାୟୁ ଗୁଣବତ୍ତା ମାନ ଅନୁଯାୟୀ, ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ତଲିକାରେ ଗାଜିଆବାଦ ରହିଛି। ଏଠାରେ AQI ୩୯୩ ରହିଛି। ତୃତୀୟ ସ୍ଥାନରେ ପାନିପାତ (393), ଚତୁର୍ଥ ସ୍ଥାନରେ ନୋଏଡା (୩୬୪), ପଞ୍ଚମ ସ୍ଥାନରେ ଗୁରୁଗ୍ରାମ (୩୫୧) ଏବଂ ଷଷ୍ଠ ସ୍ଥାନରେ ଦିଲ୍ଲୀ (୩୫୧)। ଏହା ପରେ ଯଥାକ୍ରମେ ଭିବଣ୍ଡି (୩୪୭), ଫରିଦାବାଦ (୩୩୮), ମାନେସର (୩୩୪) ଏବଂ ବଲ୍ଲଭଗଡ(୩୨୦) ରହିଛନ୍ତି।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0