ଆସନ୍ତା ୨୦ତାରିଖ ଯାଏ ଜେଲ୍ରେ ରହିବେ ଆର୍ୟନ | କ୍ରୁଜ୍ ଶିପ୍ ଡ୍ରଗ୍ସ କେସ୍କୁ ନେଇ ଆର୍ଥର ରୋଡ୍ ଜେଲ୍ରେ କଏଦ୍ ଆର୍ୟନ ଖାନଙ୍କର ଜାମିନ୍ ଗୁରୁବାର ମୁମ୍ୱାଇକୁ ସେସନ୍ସ କୋର୍ଟରେ ଶୁଣାଣି ହୋଇଛି। ଅନେକ ତର୍କ ବିତର୍କ ପରେ ବି ଆରୟନଙ୍କ ଜାମିନ କରାଇପାରିଲେ ନାହିଁ ତାଙ୍କ ଓକିଲ। ଆଜି ଆରୟନଙ୍କୁ ଜାମିନ ମିଳିଯିବ ବୋଲି ଆଶା କରାଯାଉଥିବା ବେଳେ ଏନସିବି ଓ ଆରୟନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ବିଚାରପତି ଭିଭି ପାଟିଲ। ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ବିଚାରପତି । ବାହାରୁ ପୋଷାକପତ୍ର ଆଣି ପିନ୍ଧିବାକୁ ଆର୍ୟନ୍ଙ୍କୁ ଅନୁମତି ମିଳିଛି। କିନ୍ତୁ, ସେ କେବଳ ଜେଲ୍ରେ ଦିଆଯାଉଥିବା ମିଳୁଥିବା ଖାଦ୍ୟ ଖାଇବେ ବୋଲି କୁହାଯାଇଛି। ତେଣୁ, ଜେଲ୍ ନିୟମ ଅନୁସାରେ ସେ କ୍ୟାଣ୍ଟିନ୍ କୁପନ୍ ବ୍ୟବହାର କରି ସ୍ନାକ୍ସ୍, ବିସ୍କୁଟ୍, ପାଣି ବୋତଲ ଆଣୁଛନ୍ତି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0