ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ସୋନିଆ ଗାନ୍ଧୀଙ୍କ ଦଳୀୟ ନେତାଙ୍କୁ ଉପଦେଶ ଦେବାର ୨୪ ଘଣ୍ଟା ନପୂରୁଣୁ ଏହାର ଉଲ୍ଲଂଘନ କରିଛନ୍ତି ସିଦ୍ଧୁ। ଦୁଇ ଦିନ ପୂର୍ବେ ସିଦ୍ଧୁ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏବେ ପୁଣି ଥରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନୂତନ ବିବାଦ ସୃଷ୍ଟି କରିଛନ୍ତି। ସେ ଚରଣଜିତ ସିଂହ ଚନ୍ନୀଙ୍କ ମୁଖ୍ୟମନ୍ତ୍ରୀ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ପଞ୍ଜାବ ସରକାରଙ୍କୁ ୧୩ଟି ପ୍ରସଙ୍ଗରେ କାମ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୋନିଆଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ନପାଇବାର ଅବଶୋଷ ଏବେ ମଧ୍ୟ ସିଦ୍ଧୁଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି। ସିଦ୍ଧୁ ଲେଖିଛନ୍ତି, ପଞ୍ଜାବରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ମାତ୍ର ସାରା ରାଜ୍ୟରେ ଦଳିତ ସମାଜକୁ ସମାନ ପ୍ରତିନିଧିତ୍ଵ ମିଳିଲା ନାହିଁ। ସିଦ୍ଧୁଙ୍କ ଚିଠିରେ ଏହା ସ୍ପଷ୍ଟ ହୋଇଛି ଯେ, ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମଧ୍ୟ ତାଙ୍କ ମନ ଏବେ ମଧ୍ୟ ଅସନ୍ତୁଷ୍ଟ ଅଛି। ପଞ୍ଜାବ ସରକାରଙ୍କୁ ୧୩ଟି ପ୍ରସଙ୍ଗରେ କାମ କରିବାକୁ ନିର୍ଦ୍ଦେଶ ଦେବାକୁ ସୋନିଆ ଗାନ୍ଧୀଙ୍କୁ ସେ ଅନୁରୋଧ କରିଛନ୍ତି। ଏହି ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସୋନିଆଙ୍କୁ ଭେଟିବା ପାଇଁ ସେ ସମୟ ମାଗିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0