spot_img

ସିଡବ୍ଲ୍ୟୁସି ବୈଠକ କେବଳ ଲୋକ ଦେଖାଣିଆ : ପୂର୍ବତନ ବୈଦେଶିକ ମନ୍ତ୍ରୀ

ଗତକାଲି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହ। ସେ କହିଛନ୍ତି, ସିଡବ୍ଲ୍ୟୁସି ବୈଠକ କେବଳ ଏକ ଔପଚାରିକତା ଥିଲା। ସୋନିଆ ଗାନ୍ଧୀ ୨୧ ବର୍ଷରୁ ପାର୍ଟିର ବସ୍ ଅଛନ୍ତି। ଶନିବାର ହୋଇଥିବା ସିଡବ୍ଲ୍ୟୁସି ବୈଠକରେ କୌଣସି ଖାସ୍ ପରିଣାମ ବାହାରି ନାହିଁ। କାରଣ ବୈଠକରେ ବିରୋଧର ସ୍ଵର ଉଠାଉଥିବା ନେତା ହିଁ ନିରବ ବସିଥିଲେ। ନରବର ସିଂହ କହିଛନ୍ତି, ପାର୍ଟି ଯେଉଁଭଳି ତୃଣମୂଳସ୍ତରରେ ପ୍ରଦର୍ଶନ କରୁଛି, ସେମିତି ଜାରି ରହିଲେ ଆଗାମୀ ବିଧାନସଭା ନିର୍ବାଚନରେ ପାଞ୍ଚ ରାଜ୍ୟରୁ ଗୋଟିଏ ହେଲେ ରାଜ୍ୟରେ ନିର୍ବାଚନ ଜିତି ପାରିବ ନାହିଁ। ଦେଶରେ ବର୍ତ୍ତମାନ ବିରୋଧୀ ଦଳ ନାହିଁ କହିଲେ ଚଳେ। ଦଳକୁ ବର୍ତ୍ତମାନ ଏକାଠି ମିଶି କାମ କରିବା ଉଚିତ୍। କିନ୍ତୁ ଅନେକ ରାଜ୍ୟରେ କଂଗ୍ରେସର ଦଳୀୟ କନ୍ଦଳ ଲାଗି ରହିଛି, ଏହା ଆଗାମୀ ନିର୍ବାଚନରେ ଭାରି ପଡିବ ବୋଲି ନଟବର ସିଂହ କହିଛନ୍ତି। ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ନଟବର ସିଂହ କହିଛନ୍ତି, ସିଡବ୍ଲ୍ୟୁସି ବୈଠକ ନାମକୁ ମାତ୍ର ବସିଥିଲା। କେହି ଜଣେ ହେଲେ ମୁହଁ ଖୋଲିଲେ ନାହିଁ। ପାର୍ଟି ସଭାପତି ନିର୍ବାଚନ ୨୦୨୨ ସେପ୍ଟେମ୍ବରରେ ହେବ। ଏମିତିରେ ସୋନିଆ ଦଳର ସର୍ବେସର୍ବା। ଅନ୍ୟପଟେ ଦଳର ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇ ପଡିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular