କେନ୍ଦ୍ରାପଡ଼ା : ଏଇ ହେଉଛନ୍ତି, ସେହି ବ୍ୟକ୍ତି।ଯିଏ ନିଜର ହକ ଏବଂ ଅଭାବି ପାଣିକୁ ନ ଦେବା ପାଇଁ ସଂଗ୍ରାମ କରି ଜେଲ୍ ଯାଇଥିଲେ । ସେ ଆଉ କେହି ନୁହନ୍ତି,ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଦେମାଲ ପଞ୍ଚାୟତର ତଥା ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା।ନିଜର ଛାତ୍ର ଜୀବନରୁ ସଂଗ୍ରାମ କରି ଆସୁଥିବା ଶ୍ରୀ ପଣ୍ଡା ସରକାରୀ ଚାକିରୀ ଛାଡ଼ି ରାଜନୀତିରେ ଅଂଶଗ୍ରହଣ କରି ଥିଲେ । ଶେଷରେ ଜିଲ୍ଲା ବିଜେପି ର ଉପ ସଭାପତି ଦାୟିତ୍ୱ ନେଇଥିଲେ ।
ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ସଦସ୍ୟ ହୋଇ ନିଜର ହକ ତଥା ଅଭାବି ପାଣିକୁ ଅନ୍ୟ ଜିଲ୍ଲାକୁ ନଦେଇ ଦେବା ପାଇଁ ଏବଂ ବିନା ପଲ୍ଲୀସଭା ଗ୍ରାମସଭା ଏବଂ କୌଣସି ସୂଚନା ନଦେଇ ମା ଖରସ୍ରୋତା ନଦୀର ଅଭାବି ପାଣିକୁ ନେଇ ଯିବା ପାଇଁ ଯେଉଁ ଜନ ପ୍ରତିନିଧି ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଯେଉଁ ଯୋଜନା କରି ଆସିଥିଲେ,ତାହାକୁ ବିରୋଧ ଓ ସଂଗ୍ରାମ କରି ପୋଲିସ ଆକ୍ରୋଶ ର ଶିକାର ହୋଇ ଗିରଫ ହେବା ସହିତ ଜେଲ୍ ରେ ୪୮ଦିନ କାଟିଥିଲେ । ବେଲରେ ଆସିବା ପରେ ଆଜି ତାଙ୍କର ଶହ ଶହ ସମର୍ଥକ ମାନେ ବାଇକ୍ ରାଲି କରି ପତର ପୁର ଠାରୁ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ପାଛୋଟି ଆଣିଥିଲେ।ଶ୍ରୀ ପଣ୍ଡା ଶହ ଶହ ସମର୍ଥକ ଙ୍କ ଗହଣ ରେ ଆସି ପ୍ରଥମେ ମହାପ୍ରଭୁ ବରାଜି ଙ୍କୁ ଦର୍ଶନ କରିବା ପରେ ସମର୍ଥକ ମାନଙ୍କୁ ଧନ୍ୟବାଦ୍ ଦେବା ସହ ନିଜ ବାସଭବନକୁ ଯାଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0