spot_img

ଗଣିଆ ବ୍ଲକର ପଶୁ ଡାକ୍ତରଖାନାରେ କର୍ମଚାରୀ ଅନୁପସ୍ଥିତ

ନୟାଗଡ : ରାଜ୍ୟ ସରକାର ପଶୁ ପକ୍ଷୀ ମାନଙ୍କୁ ବିଭିନ୍ନ ପ୍ରକାର ରୋଗ ରୁ ରକ୍ଷା କରିବା ପାଇଁ ପ୍ରତେକ ପଂଚାୟତ ରେ ପଶୁ ଡାକ୍ତର ଖାନା ନିର୍ମାଣ କରିଛନ୍ତି । ତା ସହିତ କର୍ମଚାରୀ ନିଯୁକ୍ତି କରିଛନ୍ତି । କିନ୍ତୁ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଛାମୁଣ୍ଡିଆ ଛକ ଉପରେ ଥିବା ପଶୁ ଡାକ୍ତର ଖାନା ରେ ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ଅନୁପସ୍ଥିତ ରହିବା ଯୋଗୁ ଲୋକ ମାନେ ହନ୍ତସନ୍ତ ହେଉଛନ୍ତି । ଏଠାରେ ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ଠିକ ସମୟରେ ଆସୁନାହାନ୍ତି, ଫଳରେ ଲୋକ ମାନେ ଗାଈ ଗୋରୁ, ଛେଳି ମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହୋଇଥିବା ବେଳେ ଧରିକି ଆସିଲେ ଫେରି ଯାଉଛନ୍ତି, ଏଥି ପ୍ରତି ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଂଚଳ ବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular