ନୟାଗଡ : ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ଵାରା ବର୍ଷା ଦିନିଆପନିପରିବା ଫସଲ ଉଜୁଡି ଯାଇ ଥିବା ବେଳେ ନୟାଗଡ ଜ଼ିଲ୍ଲା ଗଣିଆ ରେ ପରିବା ଦର ଆକାଶଛୁଆଁ ଦେଖିବାକୁ ମିଳୁଛି, ଫଳରେ ସାଧାରଣ ଖାଉଟି ହତସନ୍ତହେଉଛନ୍ତି, ପରିବା ଦର ହଠାତ ଏଭଳି ଭାବେ ବୃଦ୍ଧି ପାଇଥିବାରୁ ସାଧାରଣ ଲୋକ ମାନେ ପରିବା କିଣିବା କଷ୍ଟକର ହେଉଥିବା ବେଳେ ଗରିବ ଲୋକ ମାନଙ୍କ କଥା ନକହିବା ଭଲ, ବଜ଼ାର ରେ କିଲୋ ପ୍ରତି ଆଳୁ ୨୦, ପିଆଜ ୫୦, କାଙ୍କଡ଼ ୧୨୦, ବିନି ୧୦୦, ପୋଟଳ ୭୦, ବାଇଗଣ ୫୦, ଟମାଟୋ ୬୦, କଲରା ୬୦, ଭେଣ୍ଡି ୫୦, ଫୁଲକୋବି ୭୦, ଟଙ୍କା ରହିଅଛି, ସାଧାରଣ ଲୋକ ମାନେ ବାରିରେ ବିଭିନ୍ନ ପ୍ରକାର ପନିପରିବା କରୁଥିଲେ ମଧ୍ୟ ଲଘୁଚାପ ବର୍ଷା ଯୋଗୁ ପନିପରିବା ଗଛ କ ପଚି ସଡ଼ି ଯିବାରୁ ଲୋକ ମାନେ ବଜ଼ାର ଉପରେ ନିର୍ଭର କରନ୍ତି, ଏ ପରିସ୍ଥିତିରେ ଚଢ଼ାପରିବା ଦର ଖାଉଟି କୁ କଲବଲ କରୁଛି,ଗଣିଆ ବ୍ଲକ ରେ ନିଯୁକ୍ତି ପାଇଥିବା ଖାଦ୍ୟ ଓ ଯୋଗାଣ ଅଧିକାରୀ ଙ୍କ ଅନୁପସ୍ଥିତ ରହି କୁଂଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ବଜ଼ାର ନିୟତ୍ରଣ ର ତାଳମେଳ ରହୁନି, ପ୍ରଶାସନ ତରଫରୁ ପରିବା ଦର ନିୟଂତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ମାନେ ଦାବୀ କରିଛନ୍ତି ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0