spot_img

ବାପା ହେଲେ ଅଫ୍‌ତାବ୍ ଶିବଦାସନୀ

ବଲିଉଡ଼୍ ଅଭିନେତା ଅଫ୍‌ତାବ୍ ଶିବଦାସନୀ ଏବଂ ତାଙ୍କ ପତ୍ନୀ ନିନ୍ ଦୁସାଞ୍ଝ ସୋସିଆଲ ମିଡ଼ିଆରେ ସେମାନଙ୍କର ପିତାମାତା ହେବାର ଖୁସି ଜାହିର କରିଛନ୍ତି । ସୋସିଆଲ ମିଡ଼ିଆରେ ଅଫ୍‌ତାବ ଓ ନିନ୍‌ଙ୍କ ହାତ ମଧ୍ୟରେ ଏକ ସୁନ୍ଦର କୁନି ପାଦର ଫଟୋ ସେୟାର କରିଛନ୍ତି । ସେ ଏକ କନ୍ୟା ସନ୍ତାନର ପିତା ହୋଇଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଆମ ମାଟିରେ ଭଗବାନଙ୍କ କୃପାରୁ ଟିକିଏ ସ୍ୱର୍ଗ ମିଳିଛି ବୋଲି ମେସେଜ କରି ଜଣାଇଛନ୍ତି । ଅଫ୍‌ତାବ୍‌ଙ୍କ ପତ୍ନୀ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଏହି ଖୁସି ଖବର ସେୟାର କରିଛନ୍ତି । ଜୁନ୍‌ରେ ଅଫ୍‌ତାବ୍ ନିଜର ଷଷ୍ଠ ବିବାହ ବାର୍ଷିକୀ ପାଳନ କରିଥିଲେ । ଖବର ଜଣାପଡ଼ିବା ପରେ ସେଲିବ୍ରିଟି ଓ ପ୍ରଶଂସକମାନେ ଦୁଇ ଜଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular