ଭୁବନେଶ୍ୱର : କରୋନା ନେଲା ଆଉ ୧୦ ଜୀବନ । ରାଜ୍ୟରେ ବଢ଼ି ଚାଲିଛି କରୋନା କୋପ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ସେହି ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ଆଜି ନୂଆ ୧୦ କରୋନା ମୃତକଙ୍କୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଲା । ଗଞ୍ଜାମରେ ମୃତୁ୍ୟ ସଂଖ୍ୟା ଶହେ ଟପିଛି । ଆଜିର ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ଜଣେ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଜଣେ ରହିଛନ୍ତି ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମରୁ ୧୦୩ , ଖୋର୍ଦ୍ଧାରେ ୨୮ , କଟକରେ ୧୧ , ଗଜପତିରେ ୧୧ , ସୁନ୍ଦରଗଡ଼ରେ ୧୦ , ବାଲେଶ୍ବରରେ ୩ , ଜଗତସିଂହପୁର ୨, ପୁରୀରେ ୩ , କେନ୍ଦ୍ରାପଡ଼ାରେ ୨, ଯାଜପୁରରେ ୨ ,
ଭଦ୍ରକ ଜିଲ୍ଲାରେ ୨, କନ୍ଧମାଳରେ ୨ , ନୟାଗଡ଼ରେ ୩ , ଝାରସୁଗୁଡ଼ାରେ ୧ , ବରଗଡ଼ ୧, ଅନୁଗୁଳରେ ୨ , ରାୟଗଡ଼ା ଜିଲ୍ଲାରେ ୭, ମାଲକାନାଗିରି ୨, କଳାହାଣ୍ଡି୧, ସମ୍ବଲପୁରରୁ ଜଣେ ଲେଖାଏଁ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ୧ ୩ ହଜାର ୪୦୩ ସକ୍ରିୟ କେସ ଥିବା ବେଳେ ୨୧ ହଜାର ୨୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0