spot_img

ଋଣ ସୁଝି ନପାରି ଜଣେ ଚାଷୀଙ୍କ ଆତ୍ମହତ୍ୟା

ଭଦ୍ରକ: ଋଣ ସୁଝି ନପାରି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । କରୋନା ସମୟରେ ଅଧିକାଂଶ ଲୋକ ବେରୋଜଗାର ହୋଇ ଘରେ ବସି ରହିଛନ୍ତି । ଏହି ସମୟରେ ଋଣ ପ୍ରଦାନକାରୀ ସଂସ୍ଥାମାନେ ସେମାନଙ୍କ ଠାରୁ ଜୋରଜବରଦସ୍ତ ଋଣ ଆଦାୟ କରୁଥିବାର ସୂଚନା ମିଳିଛି । ତେବେ ଋଣ ସୁଝି ନ ପାରି ମାନସିକ ଭାରସାମ୍ୟ ହରାଇ ଭଦ୍ରକ ଜିଲ୍ଲାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତର ରାଜୁଆଳିବନ୍ଧା ଗାଁ ରେ ଜଣେ ଚାଷୀ ମହେନ୍ଦ୍ର ଦାସ ଗାଁ ଗ୍ରୁପରୁ ଋଣ ନେଇଥିଲେ । ଋଣ ଶୁଝିବାକୁ ସେହି ସଂସ୍ଥାର ଲୋକେ ତାଙ୍କୁ ବାରମ୍ବାର ତାଗିଦ୍ କରୁଥିଲେ । ଏଥିରେ ମହେନ୍ଦ୍ର ବିଚଳିତ ହୋଇ ଋଣ ଶଝି ନ ପାରିବାରୁ ଭୟଭୀତ ହୋଇଯାଇଥିଲେ । ତେବେ ଗତ ରାତି ପ୍ରାୟ ଅଢେଇଟା ବେଳେ ସେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥଇଲେ । ଖବର ପାଇ ଭଦ୍ରକ ସ୍ଥାନୀୟ ପୋଲିସ ଘର ଭିତରୁ ମହେନ୍ଦ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରି ଭଦ୍ରକ ଡାକ୍ତାଖାନାକୁ ଶବ ବ୍ୟବଛଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular