ସ୍ମାର୍ଟସେବାରେ ଯୋଡିହେଲା ମୟୂରଭଞ୍ଜ। ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି, ପୁରୀ ଦେବଗଡ଼ ପରେ ଏବେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ମାର୍ଟ ସ୍ୱାସ୍ଥ୍ୟସେବା। ବାରିପଦା ସହୀଦ୍ ସ୍ମୃତି ଭବନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩.୫ କୋଟି ଲୋକ BSKY ସ୍ମାର୍ଟକାର୍ଡର ସୁବିଧା ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ଅନ୍ୟପଟେ ମୟୂରଭଞ୍ଜକୁ ଆସି ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୟୂରଭଞ୍ଜ ହେଉଛି କଳା ଓ ସଂସ୍କୃତିର ଭୂମି। ରାଜ୍ୟକୁ ଗୌରାବାନ୍ଵିତ କରିଛି ମୟୂରଭଞ୍ଜ। ପାନୀୟ ଜଳ ଯୋଗାଇବା ଆମର ପ୍ରାଥମିକତା। ଏହାଦ୍ୱାରା ଜିଲ୍ଲାର ୬ଲକ୍ଷ ୧୧ହଜାର ହିତାଧିକାରୀ ଉପକୃତ ହେବେ। ଏଥିସହିତ ୨ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୨୧୫୨ କୋଟି ଟଙ୍କାର ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହ ୩୩୨ କୋଟି ଟଙ୍କାର ୧୩୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ |



Visitors Today : 0
Total Visitors : 130302
Total Views : 9891805
Visitors Online Now : 0