ବିଧ୍ୱଂସକ ପିନାକା ରକେଟ୍ ଲଞ୍ଚର କ’ଣ,ଯାହାକୁ ଏବେ ଚୀନ ସୀମାରେ ମୁତୟନ କରି ଦେଲା ଭାରତ। Line of Actual Control(ଏଲ୍ଏସି)ରେ ଚୀନ ସହିତ ଜାରି ସୀମା ବିବାଦକୁ ନଜରରେ ରଖି ଭାରତ ବର୍ଡରରେ ପିନାକା ରକେଟ୍ ଲଞ୍ଚର ମୁତୟନ କରି ଦେଇଛି। ଆଜି ଆମେ ଆପଣଙ୍କୁ ଏହି ରକେଟ୍ ଲଞ୍ଚର ବିଷୟରେ କିଛି ଖାସ୍ କଥା କହିବାକୁ ଯାଉଛୁ। ଏହି ଲଞ୍ଚରର ନାମ ଭଗବାନ ଶିବଙ୍କ ଧନୁ ‘ପିନାକ’ର ନାମ ଅନୁସାରେ ରଖାଯାଇଛି। ମଲ୍ଟିପଲ୍ ରକେଟ୍ ଲଞ୍ଚର ପିନାକାକୁ ସମ୍ପୂର୍ଣ୍ଣ ଭାବେ ଭାରତରେ ଭାରତ ଦ୍ୱାରା ହିଁ ତିଆରି କରାଯାଇଛି। ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଅର୍ଗାନାଇଜେଶନ ଏହାକୁ ବିକଶିତ କରିଛି।
ପିନାକା ରକେଟ୍ର ସବୁଠାରୁ ଦୁର୍ବଳ ଭେରିଏଣ୍ଟ MK-1 ୪୫ କିଲୋମିଟର ଦୂରତାକୁ ବଡ଼ ସହଜରେଲ ଲକ୍ଷ୍ୟଭେଦ କରି ପାରିବ। MK-2 ଲଞ୍ଚର କଥା ଦେଖିଲେ, ଏହା ୯୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରିବ। ସେହିପରି ସବୁଠାରୁ ଉନ୍ନତ MK-3 ଲଞ୍ଚର ଦ୍ୱାରା ୧୨୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଆକ୍ରମଣ କରାଯାଇ ପାରିବ। ଏହି ରକେଟ୍ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ଅସ୍ତ୍ରଶସ୍ତ୍ର ଉଠାଇବାରେ ସକ୍ଷମ ରହିଛି। ଲଞ୍ଚରର ଲମ୍ବ ୧୬ ଫୁଟ ୩ ଇଞ୍ଚରୁ ଆରମ୍ଭ କରି ୨୩ ଫୁଟ ୭ ଇଞ୍ଚ ପର୍ଯ୍ୟନ୍ତ ରହିଛି।୨୧୪ କ୍ୟାଲିବରର ଏହି ଲଞ୍ଚରରୁ ଏକ ସାଥୀରେ ୧୨ ପିନାକା ରକେଟ୍ ଫାୟାର କରାଯାଇ ପାରିବ। ଏକ ଲଞ୍ଚର ବ୍ୟାଟେରୀ ଜରିଆରେ ୪୪ ସେକେଣ୍ଡରେ ୭୨ ପିନାକା ରକେଟ୍ ଫାୟାର କରାଯାଇ ପାରିବ। ପିନାକା ରକେଟ୍ର ସ୍ପୀଡ୍ ପାଖାପାଖି ୫୭୫୭ କିଲୋମିଟର ପ୍ରତିଘଣ୍ଟା ରହିଛି। ଅର୍ଥାତ୍ କିଛି ହିଁ ସେକେଣ୍ଡ ଭିତରେ ଏହା ଶତ୍ରୁକୁ ପାଉଁଶରେ ପରିଣତ କରି ଦେବ। ୧୯୯୯ ମସିହାରେ ପାକିସ୍ତାନ ସହିତ କାରଗିଲ ଯୁଦ୍ଧ ବେଳେ ପିନାକା ଲଞ୍ଚର୍ସ ବ୍ୟବହାର କରାଯାଇ ଥିଲା। ସେହି ସମୟରେ ଏହାକୁ ଅଧିକ ଉଚ୍ଚତା ଥିବା ଅଞ୍ଚଳକୁ ପଠା ଯାଇଥିଲା, ଯେଉଁଠାରେ ଏହି ରକେଟ୍ ପାକିସ୍ତାନ ଦ୍ୱାରା ବନା ଯାଇଥିବା ବଙ୍କରଗୁଡ଼ିକୁ ଧ୍ୱସ୍ତ କରି ଦେଇଥିଲା। ନିଜର ସ୍ପୀଡ୍ କାରଣରୁ ପିନାକା ଲଞ୍ଚର ଶତ୍ରୁମାନଙ୍କୁ ସମ୍ଭାଳିବାରେ ବେଶି ସମୟ ଲଗାଇ ନ ଥାଏ।
ସୂଚନାଥାଉ କି, Line of Actual Control(ଏଲ୍ଏସି)ରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଦୁଇ ଦେଶ ଶୀତ ଆସିବା ପୂର୍ବରୁ ବର୍ଡରରେ ଅସ୍ତ୍ରଶସ୍ତ୍ର ଜମା କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏଲ୍ଏସିରେ ଚୀନର ଅନୁପ୍ରବେଶ ବୃଦ୍ଧି ଏବଂ ମିଲିଟାରୀ ଡ୍ରିଲ୍କୁ ନଜରରେ ରଖି ଭାରତୀୟ ସେନା ବର୍ତ୍ତମାନ ‘ପ୍ଲାନ୍ ୧୯୦’ ଉପରେ କାମ କରୁଛି। ଅରୁଣାଚଳ ପ୍ରଦେଶ ସଂଲଗ୍ନ ଚୀନ ସୀମାରେ ଭାରତୀୟ ସେନା ‘ପ୍ଲାନ୍-୧୯୦’ ପ୍ରସ୍ତୁତ କରୁଛି। ରିପୋର୍ଟ ମୁତାବକ, ଏହି ପ୍ଲାନ୍ ଅଧୀନରେ ସୈନ୍ୟମାନଙ୍କୁ ଆକ୍ରମଣାତ୍ମକ ବନା ଯାଉଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0