spot_img

୩୯ ମହିଳା ସେନା ଅଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମସ୍ତ ୩୯ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅତିଶୀଘ୍ର ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେନ୍ଦ୍ର ସରକାରଙ୍କ ତରଫରୁ ଆଡିସିନାଲ ସେଲିସିଟର ଜେନେରାଲ ସଞ୍ଜୟ ଜୈନ ଓ ବରିଷ୍ଠ ଆଇନଜୀବୀ ମାମଲାର ପକ୍ଷ ରଖିଥିଲେ । ଆର ସୁବ୍ରମଣ୍ୟମ ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ ଏବଂ ବିବି ନାଗରତ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ମାମଲାର ପୂର୍ବ ଶୁଣାଣିରେ କୋର୍ଟ କହିଥିଲେ ଯେ, ଯଦି ମହିଳା ଅଧିକାରୀଙ୍କୁ ୬୦ ପ୍ରତିଶତରୁ ଅଧିକ ଅଙ୍କ ମିଳେ ଓ ସେ ମେଡିକାଲ ଫିଟନେଶ୍ ପାସ କରନ୍ତି ତାହାଲେ ସ୍ଥାୟୀ କମିଶନ ଦେବା ପାଇଁ ସରକାର ବିଚାର କରିବା ଆବଶ୍ୟକ । କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ଯେ, ୭୨ ଜଣଙ୍କ ମଧ୍ୟରୁ ଜଣେ ମହିଳା ଅଧିକାରୀ ଅବସର ନେବାକୁ ଆବେଦନ କରିଛନ୍ତି । ତେଣୁ ସରକାର ୭୧ ମାମଲାରେ ପୁନର୍ବିଚାର କରିଥିଲେ । ଏଥିରୁ ୩୯ ସ୍ଥାୟୀ କମିଶନ ପାଇବାକୁ ଯୋଗ୍ୟ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular