ଆସନ୍ତାକାଲି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ବନ୍ଦ ରହିଥିବା ବେଳେ ଦୁଇ ଦଳ କେବଳ ଆଇସିସି ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି। ତେଣୁ ସାରା ବିଶ୍ୱର ନଜର ଏହି ମ୍ୟାଚ୍ ଉପରେ ରହିଛି। ଏସବୁ ଭିତରେ ଭାରତରେ କାହିଁକି ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ହେଉନି, ତା’ର ଜବାବ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରଖିଛନ୍ତି। ସେ କହିଛନ୍ତି, ଭାରତରେ ଇଣ୍ଡିଆ ଓ ପାକିସ୍ତାନର ମ୍ୟାଚ୍ ଆୟୋଜନ କରିବା ବେଶ କଷ୍ଟକର। ଏହି ମ୍ୟାଚ୍ ପାଇଁ ଟିକେଟର ଚାହିଦା ଯଥେଷ୍ଟ ଅଧିକ। ଏହି କାରଣ ପାଇଁ ଟି-୨୦ ବିଶ୍ୱକପ ୟୁଏଇରେ ଆୟୋଜନ କରିବା ଆମ ପାଇଁ ସହଜ ହେଉଛି ବୋଲି ସେ କହିଛନ୍ତି। ସଲାମ କ୍ରିକେଟ ୨୦୨୧ କାର୍ଯ୍ୟକ୍ରମରେ ଯୋଗଦେଇ ଗାଙ୍ଗୁଲି କହିଛନ୍ତି, “ପ୍ରଥମଥର ପାଇଁ ଆମେ କୌଣସି ବିଶ୍ୱକପ ଅଭିଯାନ ଭାରତ-ପାକିସ୍ତାନ ମ୍ୟାଚ୍ରୁ ଆରମ୍ଭ କରୁନୁ। ପୂର୍ବରୁ ମଧ୍ୟ ଅନେକ ବିଶ୍ୱକପରେ ଏପରି ଘଟଣା ଘଟିଛି। ୨୦୧୫ରେ ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିଥିଲୁ। ୨୦୧୯ରେ ଏପରି ଘଟି ନଥିଲା। କିନ୍ତୁ ଚାମ୍ପିୟନନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ଆରମ୍ଭରୁ ମୁହାଁମୁହିଁ ହୋଇଥିଲେ। ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମଧ୍ୟ ଦୁଇ ଦେଶ ଲଢ଼େଇ କରିଥିଲେ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0