ବାହୁବଳୀ ଫେମ୍ ତଥା ସାଉଥ ସୁପରଷ୍ଟାର ପ୍ରଭାସ। ଅଜି ତାଙ୍କ ୪୩ ତମ ଜନ୍ମଦିନ। ସେ ନିଜ ଜନ୍ମଦିନ ଅବସରରେ ନିଜ ଫ୍ୟାନ୍ମାନଙ୍କୁ ସରପ୍ରାଇଜ ଦେଇଛନ୍ତି। ନିଜ ଜନ୍ମ ଦିନ ଅବସରରେ ତାଙ୍କର ବହୁପ୍ରତିକ୍ଷିତ ଫିଲ୍ମ ‘ ରାଧେ ଶ୍ୟାମ୍’ର ନୂଆ ଟିଜର ରିଲିଜ କରି ସେ ଫ୍ୟାନ୍ମାନଙ୍କୁ ଭେଟି ଦେଇଛନ୍ତି। ରାଧା କୃଷ୍ଣ କୁମାରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ପ୍ରଭାସଙ୍କୁ ଜଣେ ହସ୍ତ ଜ୍ୟେତିଷ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ଅପୋଜିଟରେ ନଜର ଆସିବେ ପୂଜା ହେଗଡେ। ଗୁଲସନ କୁମାର ଏବଂ ଟି-ସିରିଜ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି। ରାଧେ ଶ୍ୟାମ ଏକ ବହୁଭାଷୀ ଫିଲ୍ମ । ଆସନ୍ତା ବର୍ଷ ମକର ସଂକ୍ରାନ୍ତି ତଥା ଜାନୁଆରୀ ୧୪ରେ ଫିଲ୍ମଟି ପରଦାକୁ ଆସିବ। ଏହି ଟିଜରରେ ପ୍ରଭାସ ତାଙ୍କ ଚରିତ୍ର ଫିଲ୍ମରେ କେଉଁଭଳି ରହିଛି ତାକୁ ନେଇ ହିଣ୍ଟ ଦେଇଛନ୍ତି। ଏଥିସହ ଟିଜରରେ ପ୍ରଭାସଙ୍କ ଏକ ଦମଦାର ଡାଏଲଗ ମଧ୍ୟ ଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଅଭିନେତ୍ରୀ ପୂଜା ହେଗଡେଙ୍କ ମଧ୍ୟ ଏକ ଛୋଟ ଝଲକରେ ନଜର ଆସିଛନ୍ତି। ଟିଜରଟି ରିଲିଜ ହେବାର କିଛି ସମୟ ମଧ୍ୟରେ ହିଁ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0