ଦୀପାବଳି ପାଇଁ ସବୁଜ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ଦିଆଯିବ କି ନାହିଁ, ସେନେଇ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶାବଳୀ ଆଧାରରେ ଏସ୍ଆରସି ନିଷ୍ପତ୍ତି ନେବେ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍ତି। ଦୀପାବଳି ଅବସରରେ ସବୁଜ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ଦେବାକୁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି। ସେପଟେ କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇବା ଭଳି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ବାଣ ଫୁଟିଲେ ନାଇଟ୍ରିକ୍ ଡାଇଅକ୍ସାଇଡ୍ ନିର୍ଗତ ହୋଇଥାଏ। ନାଇଟ୍ରିକ୍ ଡାଇଅକ୍ସାଇଡ୍ କରୋନା ଭୂତାଣୁ ଅଭିବୃଦ୍ଧିରେ ସହାୟକ ହେବ। ତେଣୁ ବାଣ ଫୁଟିଲେ କରୋନା ବଢିବ ବୋଲି DMET ଆଶଙ୍କା କରିଛନ୍ତି। ବାଣ ଉପରେ ସଂପୂର୍ଣ୍ଣ ବ୍ୟାନ ନକରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନବୀନ ପଟ୍ଟନାୟକଙ୍କ ସମେତ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖିଥିଲେ।କରୋନା କାଳରେ ଏମ୍ଏସ୍ଏମ୍ଇ ବହୁତ ପ୍ରଭାବିତ ହୋଇଛନ୍ତି। ବାଣକୁ ପୁରା ବ୍ୟାନ କଲେ ୮ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ଅଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0