ମହାକାଶରେ ଓଜନ ସ୍ତରରେ ଫାଟ ବଢ଼ି ବଢ଼ି ଚାଲିଛି। ଏବେ ଏହା ଏତେ ବଢ଼ି ଯାଇଛି ଯେ ଭାରତ ଆକାରର ୮ଟି ଦେଶ ଏଥିରେ ରହିଯିବେ। ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ଏଣ୍ଡ ସ୍ପେସ୍ ଆଡମିନେଷ୍ଟ୍ରେସନ (ନାସା) ଓ ନ୍ୟାସନାଲ ଓସନିକ ଏଣ୍ଡ ଏଟମସଫେରିକ ଆଡମିନେଷ୍ଟ୍ରେସନ (ଏନଓଏଏ)ଙ୍କ ମିଳିତ ଅଧ୍ୟୟନରୁ ଏହା ଜଣାପଡିଛି। ଆଣ୍ଟାର୍କଟିକାରେ ଶୀତ ଋତୁ ସମାପ୍ତ ହେବା ପରେ ଏଠାରେ ସୂର୍ଯ୍ୟୋଦୟ ହୋଇଥାଏ। ଫଳରେ ଏଠାକାର ପରିବେଶରେ ଜମି ରହୁଥିବା କ୍ଲୋରିନ ଓ ବ୍ରୋମିନ ଓଜନକୁ ପ୍ରଭାବିତ କରିବା ଭଳି ରସାୟନିକ ପ୍ରତିକ୍ରିୟା ଆରମ୍ଭ କରିଥାଏ। କ୍ଲୋରିନ ଓ ବ୍ରୋମିନର ଗୋଟିଏ ଅଣୁ ହଜାର ହଜାର ଓଜନ ଅଣୁ ନଷ୍ଟ କରିଦେଇଥାଏ। ଏଣୁ ଓଜନ ସ୍ତରରେ ଛିଦ୍ରର ଆକାର ମାପିବା ଲାଗି ପ୍ରତିବର୍ଷ ଆଣ୍ଟାର୍କଟିକାରେ ଶୀତ ଋତୁ ଶେଷ ହେଲେ ବୈଜ୍ଞାନିକମାନେ ଦକ୍ଷିଣ ଗୋଲାର୍ଦ୍ଧରେ ଋତୁକାଳୀନ ବେଲୁନ୍ରେ ଓଜନ ମାପକ ଯନ୍ତ୍ର ରଖି ଆକାଶକୁ ଛାଡିଥାନ୍ତି। ଏ ନେଇ ଉଭୟ ସଙ୍ଗଠନ ଏକ ମିଳିତ ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ଏଥିରେ ଓଜନ ଛିଦ୍ର ୨୦୨୧ରେ ଅଧିକ ବ୍ୟପ୍ତ ହୋଇଥିବା କୁହାଯାଇଛି। ଓଜନ ସ୍ତରରେ ଏତେ ବିଶାଳ ଛିଦ୍ର ୨୦୨୧ ମସିହାର ଶୀତ ଋତୁକୁ ଅଧିକ ଶୀତଳ କରିପାରେ ବୋଲି ନାସାଙ୍କ ମୁଖ୍ୟ ଭୂ-ବୈଜ୍ଞାନିକ ପଲ ନ୍ୟୁମ୍ୟାନ କହିଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଗୋଲାର୍ଦ୍ଧ ସ୍ୱାଭାବିକରୁ ଅଧିକ ଥଣ୍ଡା ହେବା ଯୋଗୁ ଓଜନ ସ୍ତରରେ ଛିଦ୍ର ବଢ଼ି ଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0