କନ୍ନଡ଼ ସିନେମାର ଅଭିନେତା ପୁନୀତ ରାଜ କୁମାରଙ୍କ ପରଲୋକ ହୋଇଯାଇଛି। ହୃଦଘାତରେ ଶିକାର ହୋଇ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଏବେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା। ସେ ହେଉଛନ୍ତି କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ। ୨୯ଟି କନ୍ନଡ଼ ଫିଲ୍ମରେ ଲିଡ଼ ରୋଲରେ ଅଭିନୟ କରିଥିଲେ। ୧୯୮୫ରେ ସେ ଶ୍ରେଷ୍ଠ ଶିଶୁ କଳାକାରଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଶ୍ରେଷ୍ଠ ଶିଶୁ କଳାକାରଭାବେ କର୍ଣ୍ଣାଟକା ରାଜ୍ୟ ପୁରସ୍କାର ପାଇଥିଲେ। ୨୦୦୨ରେ ସେ ଆପ୍ପୁ ଫିଲ୍ମରେ ପ୍ରଥମ ଥର ହିରୋ ହୋଇଥିଲେ। ସେହିଦିନରୁ ଫ୍ୟାନମାନେ ତାଙ୍କୁ ଆପ୍ପୁ ସମ୍ବୋଧିତ କରୁଥିଲେ। ପୁନୀତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଆଜି ୧୧ଟା ୩୦ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ପ୍ରୟାସ ଓ ଫ୍ୟାନ୍ସମାନଙ୍କ ପ୍ରାର୍ଥନା ପରେ ମଧ୍ୟ ଆଖି ବୁଜିଥିଲେ ପୁନିତ । ଫ୍ୟାନ୍ସମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ ଅଭିନେତା ପୁନିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପାଇଁ ହସ୍ପିଟାଲ ପହଞ୍ଚିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0