ଦରଦାମ୍ ବୃଦ୍ଧି ପ୍ରତିବାଦରେ ଗତକାଲ ବାଲେଶ୍ଵର ବାଲିଆପାଳ ବ୍ଲକ କର୍ୟ୍ୟାଳୟ ସମ୍ମୁଖରେ ମହିଳା ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଥିଲା ,କେନ୍ଦ୍ର ସରକାରଙ୍କ ରନ୍ଧନଗ୍ୟାସର ଦରବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି । ସାରାଦେଶରେ ଆଜି ହୁହୁ ହୋଇ ବଢୁଛି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର,ଯାହାର ପ୍ରଭାବରେ ପ୍ରଭାବିତ ହେଉଛି ସାରାଦେଶ , ଓଡିଶା ପରି ଗରିବ ରାଜ୍ୟମାନେ ଏହା ଫଳରେ ଅଧିକ ପ୍ରଭାବିତ ହେଉଛନ୍ତି,ପରିବହନ ଖର୍ଚ୍ଚ ବଢୁଥିବାରୁ ସବୁ ଜିନିଷପତ୍ରର ଦର ଆକାଶଛୁଆଁ ହୋଇଛି,ଏହାର ପ୍ରଭାବରେ ଆମ ରାଜ୍ୟର ଗରିବଙ୍କ ଘରେ ଚୁଲି ଜଳିବା ଏବେ କାଠିକର ପାଠ ହେଲାଣି ବୋଲି ପ୍ରତିବାଦ କରିଥିଲେ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଓ ଦଳୀୟ କର୍ମକର୍ତ୍ତା ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0