ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଓ ମୁମ୍ବାଇ ଏନିସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଡ୍ରଗ୍ସ କାରବାରେ ସମୀରଙ୍କ ଶାଳୀ ସାମିଲ ଅଛନ୍ତି ବୋଲି ନବାବ ମଲିକ ଅଭିଯୋଗ କରିଥିଲେ। ଏବେ ଶାଳୀଙ୍କ ସପକ୍ଷରେ ବାହାରିଛନ୍ତି ସମୀର ୱାଙ୍ଖଡେ। ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ୍ ଆଜି ଏନ୍ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସମାଲୋଚନା କରି ପଚାରିଥିଲେ ଯେ ତାଙ୍କ ଶାଳୀ ହର୍ଷଦା ଦୀନାନାଥ ରେଡ୍କର୍ ଡ୍ରଗ୍ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି କି? ପୁଣେ କୋର୍ଟରେ ତାଙ୍କ ମାମଲା ବିଚାରାଧୀନ ରହିଛି। ଆପଣ ଏହାର ଉତ୍ତର ଦେବା ଉଚିତ୍ ବୋଲି ସେ ଟ୍ୱିଟ କରିଥିଲେ। ଆମେ ଯେତେବେଳେ ପ୍ରେସ ରିଲିଜ ଜାରି କରିଥିଲୁ ସେତେବେଳେ ଆମେ ମହିଳାଙ୍କ ଆତ୍ମସମ୍ମାନ ପାଇଁ ନାଁ ସାର୍ବଜନୀନ କରି ଥାଉ। କ’ଣ ଜଣେ ମହିଳାଙ୍କ ନାଁ ଏପରି ସର୍ବସାଧାରଣରେ ନେବା ଠିକ୍? ତାଙ୍କର ଦୁଇଟି ପିଲା ଓ ପରିବାର ଅଛନ୍ତି। ସେକଥା ଆପଣ ଥରେ ଚିନ୍ତା କରିଛନ୍ତି? ନବାବ ମଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦୀର୍ଘ ଦିନ ହେଲା ବିଚାର କରୁଛୁ।”



Visitors Today : 2
Total Visitors : 130425
Total Views : 9891956
Visitors Online Now : 0