ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳରେ ଚାଇନା ବେଆଇନ ଭାବେ ଗାଁ ତିଆରି କରିବା ଘଟଣାକୁ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଚାଇନାର ମୁକାବିଲା କରିବା ପାଇଁ ଭାରତ ସରକାର କୌଣସି ରଣନୀତି ପ୍ରସ୍ତୁତ କରିନାହାନ୍ତି। ଦେଶର ଜାତୀୟ ସୁରକ୍ଷା ସହ ଅକ୍ଷମଣୀୟ ବୁଝାମଣା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ ଚାଇନା ଦୀର୍ଘ ଦଶନ୍ଧିରୁ କବାଜ କରିଥିବା ଅଞ୍ଚଳ ସମେତ ସୀମାନ୍ତବର୍ତ୍ତୀ ଇଲାକାରେ ନିର୍ମାଣ କାର୍ଯ୍ୟ କରିଆସୁଛି। ଭାରତ କେବେ ହେଲେ ଚାଇନାର ବେଆଇନ ଜମି ଦଖଲକୁ ଗ୍ରହଣ କରିନି କିମ୍ବା ଚାଇନାର ଅଯୌକ୍ତିକ ଦାବିକୁ ପ୍ରସୟ ଦେଇନି। ଭାରତ ସରକାର ସବୁବେଳେ ଏ ସମ୍ପର୍କରେ ଚାଇନାକୁ ଅବଗତ କରାଇଛନ୍ତି। ଆଗକୁ ମଧ୍ୟ ବେଜିଂକୁ ଏ ବିଷୟରେ ଅବଗତ କରାଇବେ ବୋଲି ସେ କହିଥିଲେ। ଚାଇନା ସହ ସୀମା ବିବାଦ ପ୍ରସଙ୍ଗରେ ୩ ସେନାର ମୁଖ୍ୟ ଜେନାରାଲ ବିପନ ରାୱତ ଓ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଭିନ୍ନଭିନ୍ନ ବୟାନ ଦେଇଛନ୍ତି। ଏ ସଂକ୍ରାନ୍ତରେ ପ୍ରକାଶିତ ରିପୋର୍ଟର ଗୋଟିଏ ଫଟୋ କପିକୁ ରାହୁଲ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଟାର୍ଗେଟ କରିଛନ୍ତି। ଗୁରୁବାର ବିପନ ରାୱତ କହିଥିଲେ ଯେ ଚାଇନିଜମାନେ ଭାରତୀୟ ସୀମାରେ ପଶିଛନ୍ତି ଓ ସେଠାରେ ଗାଁ ତିଆରି କରିଛନ୍ତି ବୋଲି ଯେଉଁ ରିପୋର୍ଟ ପ୍ରକାଶ କରି ବିବାଦ ସୃଷ୍ଟି କରାଯାଉଛି, ସେଥିରେ କୌଣସି ସତ୍ୟତା ନାହିଁ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0