ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି। ଉତ୍ତର ତାମିଲନାଡୁରୁ ଓଡିଶା ଉତ୍ତର ଉପକୂଳ ଅଂଚଳ ଉପରେ ଟ୍ରାପ ଲାଇନ ରହିଛି। ଏହା ଆଜି ମଧ୍ୟ ସକ୍ରିୟ ରହିଛି। ଯାହାପ୍ରଭାବରେ ବର୍ଷା ହେଉଛି। ଆଜି ୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଂଜାମ ଗଜପତି ରାୟଗଡ଼ା, କାନ୍ଧମାଳ ସହିତ ପୁରୀ ଜିଲ୍ଲାରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୫ ରୁ ୭ ଦିନ ପର୍ଯ୍ୟନ୍ତ ବର୍ଷା ଓ କୋହଲା ପ୍ରଭାବ ରହିବ । ଏଥିପାଇଁ ଶୀତ କମିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ମାତ୍ରା ପୁଣି ବୃଦ୍ଧି ପାଇବ । ଦକ୍ଷିଣ ଆଣ୍ଡାମାନ ସଗାର ଠାରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ । ଏହାପରେ ଏହି ଲାଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦେଇ ଗତିକରିବ । ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅଵପାତର ରୂପ ନେଵ । ଏହାରି ପ୍ରଭାବରେ ପୁଣି ୧୭ ତାରିଖ ଠାରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0