spot_img

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମମିତାଙ୍କ ପରିବାର

ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ମମିତା ହତ୍ୟାକାଣ୍ଡ ଘଟଣାରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତଦନ୍ତ ଶେଷ କରିବାକୁ ଆବେଦନ କରାଯାଇଛି । କୋର୍ଟଙ୍କୁ ଅପିଲ କରି ବିଭିନ୍ନ ବିଭାଗର ମୁଖ୍ୟ ତଥା ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିବାକୁ ଅପିଲ କରିଛନ୍ତି ମମିତାଙ୍କ ପରିବାର । ସିନ୍ଧେଇକେଲା IICଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ମମିତାଙ୍କ ପରିବାର ଲୋକେ ଅପିଲ କରିଛନ୍ତି । ଆବେଦନ ପତ୍ରରେ ଗୃହ ସଚିବ, ପୋଲିସ ଡିଜିପି ପକ୍ଷଭୁକ୍ତ କରିବାକୁ ଆବେଦନ କରିଛନ୍ତି । ଏହା ସହିତ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବେଦନ ପତ୍ର ମାଧ୍ୟମରେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ମମିତା ମେହେରଙ୍କ ପରିବାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular