ବଲିଉଡ କ୍ୱିନ କଙ୍ଗନା ରଣାୱତ୍ ନିଜ ବେବାକ ଅନ୍ଦାଜକୁ ନେଇ ସେ ସବୁବେଳେ ଚର୍ଚ୍ଚିତ | ନେତାଜୀଙ୍କୁ ବିଟ୍ରିସ୍କୁ ସମର୍ପି ଦେବା ପାଇଁ ମହାତ୍ମା ଗାନ୍ଧୀ ଓ ଜବାହରଲାଲ୍ ନେହେରୁ ପ୍ରସ୍ତୁତ ଥିଲେ ବୋଲି ଅଭିନେତ୍ରୀ କଙ୍ଗନା ରଣାୱତ୍ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନେତାଜୀ ସୁଭାଷ ବୋଷଙ୍କ ଝିଅ ଅନିତା ବୋଷ | ଗାନ୍ଧୀ ନେତାଜୀଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା କଥା ଉପଲବ୍ଧି କରିଥିବାରୁ ଦୁହିଁଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ନ ଥିଲା। କିନ୍ତୁ, ମୋ ବାପା ଗାନ୍ଧୀଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ବୋଲି ଆଜି ଅନିତା ବୋଷ କହିଛନ୍ତି | ସେ କହିଛନ୍ତି ଯେ ଦୁହେଁ ଥିଲେ ଭାରତର ସ୍ବାଧୀନତା ପାଇଁ ସଂଗ୍ରାମ କରିଥିବା ମହାନ୍ ବୀର। ଜଣେ ଅନ୍ୟଜଣକ ବିନା ଦେଶ ସ୍ବାଧୀନ କରି ପାରି ନ ଥାନ୍ତେ। ତାହା ଥିଲା ସମିଶ୍ରଣ। ଭାରତର ସ୍ବାଧୀନତା କେବଳ ଅହିଂସା ନୀତିଦ୍ବାରା ସମ୍ଭବ ବୋଲି ଦୀର୍ଘଦିନ ଧରି କେତେକ କଂଗ୍ରେସ ନେତା କରୁଥିବା ଦାବି ଠିକ୍ ନୁହେଁ। କବେଳ ନେତାଜୀ ଏବଂ ‘ଆଇଏନ୍ଏ’ ଭାରତକୁ ସ୍ବାଧୀନ କରିଛନ୍ତି କହିବା ଅଯୌକ୍ତିକ। ନେତାଜୀଙ୍କ ସମେତ ଅନେକଙ୍କୁ ଗାନ୍ଧୀ ପ୍ରେରିତ କରିଥିଲେ। ଭାରତର ସ୍ବାଧୀନତା ପାଇଁ କୋଟି କୋଟି ଜନତାଙ୍କ ଅବଦାନ ଅଛି ବୋଲି ସେ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0