ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ପୃଥ୍ବୀରାଜର ଟିଜର ରିଲିଜ ହୋଇଛି | ପୃଥ୍ବୀରାଜ ଜରିଆରେ ବଲିଉଡରେ ପାଦ ଥାପିଛନ୍ତି 2017 ମସିହାର ମିସ୍ ୱାର୍ଲଡ ମାନୁଷୀ ଚିଲ୍ଲର | ସେ ରାଜକୁମାରୀ ସଂୟୋଗୀତା ଭୂମିକାରେ ନଜର ଆସିଛନ୍ତି । ସେ ତାଙ୍କ ଡେବ୍ୟୁ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏହାକୁ ନେଇ ମାନୁଷି କହିଛନ୍ତି ‘ପୃଥ୍ୱିରାଜ’ଠାରୁ ତାଙ୍କୁ ବଡ ଡେବ୍ୟୁ ହୁଏତ ମିଳିନ ଥାଆନ୍ତା । ଏଥିରେ ସେ ୟଶରାଜ ଫିଲ୍ମକୁ ଧନ୍ୟବାଦ ଦେବା ସହ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ଗୋଟିଏ ଐତିହାସିକ ଚରିତ୍ରରେ ଅଭିନୟ କରିପାରିବେ ଏହା ନିର୍ଦ୍ଦେଶକଙ୍କୁ ଠିକ୍ ଲାଗିଲା ତାହା ତାଙ୍କ ପାଇଁ ବଡ ଉପହାର ବୋଲି ମାନୁଷୀ କହିଛନ୍ତି । ତେବେ ଏହି ଚରିତ୍ର ପାଇଁ ସେ ତାଙ୍କର ସମସ୍ତ ପରିଶ୍ରମ ଲଗାଇ ଦେଇଥିବା ପ୍ରକାଶ କରିଛନ୍ତି । ତାଙ୍କର ଏହି ଅଭିନୟ ତାଙ୍କ ପରିବାରକୁ ଗୌରାବାନ୍ୱିତ କରିବ ବୋଲି ମାନୁଷୀ ଆଶା ରଖିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0